Latest Odisha News

BREAKING NEWS

‘ଦ କପିଲ ଶର୍ମା ସୋ’ ବନ୍ଦ କରି ପୁରା ଟିମ୍ ବିଦେଶରେ

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ କମେଡ଼ି ଶୋ’ ହେଉଛି ‘ଦ କପିଲ ଶର୍ମା ଶୋ’ । ଏହି ଶୋ’ର ଲୋକପ୍ରିୟତା କେବଳ ଆମ ଦେଶରେ ନୁହେଁ ବିଦେଶରେ ବି ରହିଛି । ବିଦେଶରେ ଏହି ଶୋ’ର ଲୋକପ୍ରିୟତା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହି ଶୋ ବନ୍ଦ କରି କମେଡ଼ି କିଙ୍ଗ କପିଲ ଶର୍ମା ନିଜ ଟିମ୍‌କୁ ନେଇ ବିଦେଶ ଯାଇଛନ୍ତି । ହେଲେ ଏନେଇ ଦର୍ଶକ ନିରାଶ ହେବାର କୌଣସି କାରଣ ନାହିଁ ।

ହାସ୍ୟାଭିନେତା କପିଲ ତାଙ୍କ ଶୋ‘ ‘ଦ କିପଲ ଶର୍ମା’କୁ ଏବେ ବନ୍ଦ ରଖିଛନ୍ତି । ଆଉ ପୁରା ଟିମ୍‌କୁ ଧରି ସେ ବିଦେଶଗସ୍ତରେ ବାହାରି ପଡ଼ିଛନ୍ତି । ବିମାନବନ୍ଦରରେ କପିଲ ତଥା ତାଙ୍କ ଟିମ ନଜର ଆସିଥିଲେ । ସମସ୍ତେ ଆମେରିକାଗସ୍ତରେ ଯାଉଥିବାରୁ ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ସହିତ ଅଭିନେତ୍ରୀ ଅର୍ଚ୍ଚନା ପୁରନ ସିଂହଙ୍କୁ ଦେଖିବାକୁ ମିଳି ନ ଥିଲା ।

କପିଲ କହିଛନ୍ତି ଯେ, ଆମେରିକାର ନ୍ୟୁ ଜର୍ସିରେ ଆସନ୍ତା ୧୫ ତାରିଖରେ ଶୋ ଆରମ୍ଭ ହେବ । ଆମ ଟିମ୍ ବିଭିନ୍ନ ସ୍ଥାନରେ ଶୋ’ କରିବେ । ଏଥିଲାଗି ‘କପିଲ ଶର୍ମା ଶୋ’ର ସୁଟିଂ କିଛିଦିନ ପାଇଁ ବନ୍ଦ ରଖାଯାଇଛି । ସେଥିଲାଗି କିଛି ବ୍ୟାକଅପ ରହିଛି । ଏହା ପ୍ରସାରଣ ହେବ । ତେଣୁ ଦର୍ଶକଙ୍କୁ ନିରାଶ ହେବାର କାରଣ ନାହିଁ । ଗତବର୍ଷ ବି କପିଲ ଶୋ’ରୁ ବିରତି ନେଇ ଟୁରରେ ଯାଇଥିଲା ପୁରା ଟିମ୍ ।

Leave A Reply

Your email address will not be published.