Latest Odisha News

BREAKING NEWS

ସୋସିଆଲ ମିଡିଆରୁ ମିଳିଥିବା ସହାୟତାରେ ଝିଅର ହେଲା ବିବାହ, କନଷ୍ଟେବଳ ସାଜିଲେ ଭାଇ

ରାଜସ୍ଥାନ:ଆଜିର ଯୁଗରେ ସୋସିଆଲ ମିଡିଆରେ ସବୁକିଛି ସମ୍ଭବ । ରାଜସ୍ଥାନରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେ, ଜଣେ ପୋଲିସ କନଷ୍ଟେବଳ ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ଲୋକେ ସାହାଯ୍ୟର ହାତ ଏମିତି ବଢାଇଲେ ଯେ, ଜଣେ ଗରିବ ଝି÷ଅକୁ ସେ ଧୁମ୍‌ଧାମ୍‌ରେ ବିବାହ କରାଇ ଚର୍ଚ୍ଚାକୁ ଆସିଛନ୍ତି ।

BjdElectrycity

ରାଜସ୍ଥାନର ଝୁଝୁନୁ ମାଣ୍ଡୱାଠାରେ ଥିବା ତେତ୍ରା ଗାଁର ଗରିବ ପରିବାରରେ ବଢିଥିବା ଝିଅଟିର ବିବାହ ହୋଇ ପାରୁ ନ ଥିଲା । ଯେଉଁଠି ବି ପ୍ରସ୍ତାବ ଆସୁଥିଲା କିଏ ଅଧିକ ଯୌତୁକ ମାଗୁଥିଲେ ତ ଆଉ କିଏ ଝିଅ ପରିବାରର ଆର୍ଥିକ ଅବସ୍ଥା ଦେଖି ରାଜି ହେଉ ନ ଥିଲେ । ଶେଷରେ ଝିଅଟିର ବିବାହ ସ୍ଥିର ହେବା ପରେ ପରିବାର ସଦସ୍ୟମାନେ ବିବାହ ଖର୍ଚ୍ଚକୁ ନେଇ ଚିନ୍ତିତ ହୋଇ ପଡ଼ିଲେ । ଝିଅର ବାପାମାଆ କନଷ୍ଟେବଳ ଧରମବୀର ଜାଖରକଙ୍କୁ ଭେଟି ସେମାନଙ୍କ ଆର୍ôଥକ ଅବସ୍ଥା ଦର୍ଶାଇବା ସହ ସାହାଯ୍ୟ ମାଗିଥିଲେ ।

କନଷ୍ଟେବଳ ସାହାଯ୍ୟ ପାଇଁ ସୋସିଅଲ ମିଡ଼ିଆରେ ସେୟାର କଲେ । ପରେ ଝିଅର ବିବାହରେ ସୋସିଆଲ ମିଡିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲା । ଏହି ଖବର ଭାଇରାଲ ହେବା ପରେ ଅନେକ ଲୋକ ସାହାଯ୍ୟର ହାତ ବଡ଼ାଇଲେ । ଏକ ଲକ୍ଷ ୩୧ ହଜାର ଟଙ୍କା ସଂଗ୍ରହ କରାଗଲା । କେବଳ ସେତିକି ନୁହେଁ ଅନେକ ସାମଗ୍ରୀ ମଧ୍ୟ ଲୋକେ ସାହାଯ୍ୟ କରିଥିଲେ । ମିଳିଥିବା ଟଙ୍କାରେ ରେଫ୍ରିଜରେଟର, କୁଲର, ଫ୍ୟାନ୍‌, ବେଡ୍ , ଆବଶ୍ୟକ ଘରୋଇ ସାମଗ୍ରୀ, ବାସନକୁସନ ସହିତ ନଗଦ ୬୧ ହଜାର ଟଙ୍କା ଏବଂ ଅତ୍ୟାବଶ୍ୟକ ବିବାହ ସାମଗ୍ରୀ ଯୋଗାଡ଼ ହୋଇପାରିଲା । ଶେଷରେ ବିବାହ ଧୁମ୍‌ଧାମ୍‌ରେ ଆୟୋଜନ କରାଯାଇଥିଲା । ଧରମବୀର ଝିଅର ଭାଇ ସାଜି ଭଉଣୀକୁ ଶାଶୁଘରକୁ ପଠାଇଥିଲେ ।

Leave A Reply

Your email address will not be published.