Latest Odisha News

BREAKING NEWS

ପରିବାର ଲୋକଙ୍କ ଭୁଲ ପାଇଁ ଚାଲିଗଲା ୩ବର୍ଷ ଶିଶୁକନ୍ୟାର ଜୀବନ

ଆନନ୍ଦପୁର: ପରିବାର ଲୋକଙ୍କ ଭୁଲ ପାଇଁ ଆଖିବୁଜିଦେଲା ୩ ବଷଁର ଶିଶୁକନ୍ୟା । କେନ୍ଦୁଝର ଜିଲ୍ଲା ଆନନନ୍ଦପୁର ଘଷିପୁରା ଥାନା କୋଳିମାଟି ଗ୍ରାମରେ ଘଟିଛି ଏଭଳି ଘଟଣା ।

ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ସ୍ୱର୍ଗତ ରାଧାକାନ୍ତ ପିଙ୍ଗୁଆଙ୍କ ଦୁଇ ଝିଅ ଖେଳୁଥିଲେ । ଏହି ସମୟରେ ସାନ ଝିଅ ଦିଆସିଲ ମାରି ଦେବାରୁ ଦେହରେ ନିଅାଁ ଲାଗିଯାଇଥିଲା । ଫଳରେ ସେ ଗରୁତର ହୋଇଥିଲେ । ପରେ ଘରଲୋକେ ତାଙ୍କୁ ଡାକ୍ତରଖାନା ନନେଇ ଘରେ ଦେଶୀ ଚିକିତ୍ସା କରୁଥିଲେ । ଆଜି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଘରଲୋକେ ହସ୍ପିଟାଲ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed, but trackbacks and pingbacks are open.