ଆଲେପି: ଭାରତର ଭେନିସ୍ ଭାବରେ ପ୍ରସିଦ୍ଧ ଆଲେପିରେ ଅବସ୍ଥିତ ରହିଛି ଥେକ୍କନ୍ ପଲାନି ବାଲାସୁବ୍ରମଣ୍ୟମ୍ ମନ୍ଦିର। ଏହି ଅନନ୍ୟ ମନ୍ଦିରରେ ଭକ୍ତମାନେ ଭଗବାନ ମୁରୁଗନଙ୍କୁ ଚକୋଲେଟ୍ ଅର୍ପଣ କରିଥାନ୍ତି। ଆଉ ପୂଜା ପରେ ସେହି ଚକୋଲେଟ ଗୁଡ଼ିକୁ ଭକ୍ତମାନଙ୍କୁ ପ୍ରସାଦ ଭାବରେ ବଣ୍ଟନ କରାଯାଏ।
ସୂଚନା ଅନୁଯାୟୀ, ଏହି ମନ୍ଦିରରେ ଭଗବାନ ମୁରୁଗନଙ୍କ ଶିଶୁ ରୂପକୁ ପୂଜା କରାଯାଏ। ଏହି ପ୍ରଭୁ ‘ମଞ୍ଚ ମୁରୁଗନ’ ଭାବରେ ମଧ୍ଯ ଜଣାଶୁଣା।
ହିନ୍ଦୁ ଶାସ୍ତ୍ର ଅନୁସାରେ ମୁରୁଗନ ପ୍ରଭୁ ସୁବ୍ରମଣ୍ୟମ ଏବଂ କାର୍ତ୍ତିକେୟ ନାମରେ ମଧ୍ୟ ଜଣାଶୁଣା। ଯିଏକି ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ପୁତ୍ର। ବିଶ୍ୱାସ କରାଯାଏ ଯେ ଭଗବାନ ମୁରୁଗନଙ୍କ ବାଲ୍ୟ ରୂପ ଚକୋଲେଟକୁ ଭଲ ପାଆନ୍ତି ବୋଲି।
ଅପରପକ୍ଷରେ ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ, ମୁରୁଗନଙ୍କୁ ପୂର୍ବରୁ କେବଳ ପିଲାମାନେ ଚକୋଲେଟ୍ ଚଢାଉଥିଲେ। ପରେ ପରେ ସମସ୍ତ ବୟସ ଏବଂ ବର୍ଗର ଲୋକମାନେ ଏହି ପରମ୍ପରା ଅନୁସରଣ କରି ଚକୋଲେଟ୍ ଭୋଗ ଲଗାଉଛନ୍ତି।
Comments are closed.