Latest Odisha News

ଆଜି ଶ୍ରୀମନ୍ଦିର ପରିଚାଳନା କିମଟି ବୈଠକ ବସିବ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ପୂର୍ବାହ୍ନ ସାଢ଼େ ୧୦ଟାରେ ନିଳାଦ୍ରୀ ଭକ୍ତନିବାସରେ ଏହି ବୈଠକ ବସିବ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ବିଭିନ୍ନ ତହସିଲ ଅଧିନରେ ମହାପ୍ରଭୁଙ୍କ ଜମି ହଡ଼ପ ପ୍ରସଙ୍ଗ ଓ ଜମି ସୁରକ୍ଷା ମୁଖ୍ୟ ପ୍ରସଙ୍ଗ ରହିବ। ଏଥିରେ ମହାପ୍ରଭୁଙ୍କ ଜମିଜମା, ଖଣି ସହ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରାୟ ୧୯୦କୋଟି ଟଙ୍କାର ବଜଟେ ଉପରେ ଆଲୋଚନା ହେବ।

ଏହାସହ ସେବାୟତ, ବରିଷ୍ଠ ଅଧିକାରୀ ଓ ଜେଟିପିଙ୍କ ଡ୍ରେସକୋଡ଼ ଉପରେ ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି। ସେବାୟତମାନେ ପାଟ ମୁକୁଟା ପରିଧାନ କରିବେ। ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ, ଏସପି, ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ ଆଦି ବରିଷ୍ଠ ଅଧିକାରୀମାନେ ଧଳା ପାଇଜାମା ଓ କୁର୍ତ୍ତା ପରିଧାନ କରି ଗର୍ଭଗୃହକୁ ପ୍ରବେଶ କରିବେ।

ସେହିପରି ଜେଟିପି ଓ ଚର୍ଚ୍ଚାମାନଙ୍କ ପାଇଁ ଖାକି ଧୋତି ଡ୍ରେସକୋଡ଼ କରାଯାଇଛି। ପରିଚାଳନା କମିଟି ବୈଠକରେ ଚୂଡ଼ାନ୍ତ ଡ୍ରେସକୋଡ଼ ଉପରେ ମୋହର ଲାଗିପାରେ।

Comments are closed.