Latest Odisha News

BREAKING NEWS

ଦୁନିଆର ସବୁଠାରୁ ରହସ୍ୟମୟ ଗଛ, ଜାଣନ୍ତୁ ଏହି ରହସ୍ୟ ପଛର କାହାଣୀ

ନୂଆଦିଲ୍ଲୀ; ଦୁନିଆରେ ଅନେକ ପ୍ରକାରର ଜିନିଷ ଅଛି ଯାହା ବିଷୟରେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣଙ୍କୁ ଏପରି କିଛି ଗଛ ବିଷୟରେ କହିବୁ ଯାହା ଦୁନିଆରେ ସବୁଠାରୁ ଅନନ୍ୟ ବୋଲି ବିବେଚନା କରାଯାଏ । ଏହି ଗଛଗୁଡିକ ବିଷୟରେ ଶୁଣିଲେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହୋଇଯିବେ ଯେ, କଣ ସତରେ ଏପରି ଗଛ ଏହି ଦୁନିଆରେ ଅଛି । ଏହି ଗଛରେ ଥିବା ରହସ୍ୟକୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ମଧ୍ୟ ବୁଝିପାରିନାହାଁନ୍ତି । ତେବେ ଆସନ୍ତୁ ଜାଣିବା ସେହି ଗଛ ବଷୟରେ…

ସେହିଗଛ ମଧ୍ୟରୁ ପ୍ରଥମ ଗଛ ହେଉଛି ‘ୱାକିଙ୍ଗ ପାମ’ ବା ଚାଲୁଥିବା ତାଳ ଗଛ । ଏହି ଗଛ ଦକ୍ଷିଣ ଆମେରିକାରେ ଦେଖିବାକୁ ମିଳେ । ଏହି ଗଛର ବୈଜ୍ଞାନିକ ନାମ ହେଉଛି ‘ସୋକ୍ରେଟିଆ ଏକ୍ସୋରାଇଜା’ । ଏହି ଗଛ ପ୍ରତିବର୍ଷ ନିଜ ସ୍ଥାନରୁ ୨୦ ମିଟର ଦୁରକୁ ଯାଇଥାଏ ।

ସେହିପରି ଦ୍ଵିତୀୟରେ ରହିଛି ‘ମେଥୁସେଲହ’ ଗଛ । ପୃଥିବୀର ସର୍ବ ପୁରାତନ ବୃକ୍ଷ ଭାବରେ ଜଣାଶୁଣା ମେଥୁସେଲହ ଗଛ ଆମେରିକାର ପୂର୍ବ କାଲିଫର୍ଣ୍ଣିଆର ଧଳା ପାହାଡରେ ଅଛି । ଏହି ଗଛର ସବୁଠାରୁ ବିଶେଷ କଥା ହେଉଛି ତା’ର ବୟସ । ବାସ୍ତବରେ ଏହି ଗଛ ଗୁଡିକ ୫୦୦୦ ବର୍ଷ ଧରି ଜୀବିତ ରୁହନ୍ତି ।

ତୃତୀୟ ସ୍ଥାନରେ ରହିଛି ‘ପୋଶମଉଡ୍’ ଗଛ । ଉତ୍ତର ଏବଂ ଦକ୍ଷିଣ ଆମେରିକା ସମେତ ଆମାଜନ ବର୍ଷାବନ ଜଙ୍ଗଲରେ ଏହି ଗଛ ଦେଖିବାକୁ ମିଳେ । ଏହି ଗଛ ଅତ୍ୟନ୍ତ ବିପଜ୍ଜନକ ଏବଂ ରହସ୍ୟମୟ ଅଟେ । ଏହି ଗଛରେ ଫଳୁଥିବା ଫଳ ବଢି ଯେତେବେଳେ ପାଚିଯାଏ ସେତେବେଳେ ବୋମା ପରି ବିସ୍ଫୋରଣ ହୁଏ । ଫଳଟି ଫାଟିଯିବା ପରେ ଏହାର ମଞ୍ଜି ଘଣ୍ଟା ପ୍ରତି ପ୍ରାୟ ୨୫୭ କିଲୋମିଟର ବେଗରେ ବାୟୁରେ ବ୍ୟାପିଯାଏ । ସବୁଠୁ ବଡ କଥା ହେଉଛି ଯେ, ଯଦି କୌଣସି ବ୍ୟକ୍ତି ଏହାର ସଂସ୍ପର୍ଶରେ ଆସେ ତେବେ ଗୁରୁତର ଆହତ ହୋଇଯାଏ ।

ଚତୁର୍ଥ ସ୍ଥାନରେ ରହିଛି ଡ୍ରାଗନ୍ ଗଛ । ଡ୍ରାଗନ୍ ଗଛର ଗଠନ ଅତ୍ୟନ୍ତ ଅନନ୍ୟ । ଏହି ଗଛର ଆକୃତି ପୁରା ଖୋଲା ଛତା ପରି । ଏହି ଅନନ୍ୟ ଗଛ କୈନରି ଦ୍ୱୀପପୁଞ୍ଜ ଏବଂ ମେକ୍ସିକୋରେ ଦେଖିବାକୁ ମିଳେ । ଏହି ଗଛର ବୟସ ପ୍ରାୟ ୬୫୦ ରୁ ୧୦୦୦ ବର୍ଷ ମଧ୍ୟରେ ରହିଥାଏ ।

ସେହିପରି ପଞ୍ଚମ ସ୍ଥାନରେ ରହିଛି ସେରବେରା ଓଡୋଲମ୍ ଗଛ । ଏସିଆର ପ୍ରାୟ ସମସ୍ତ ଦେଶ ଏପରିକି ଭାରତରେ ମଧ୍ୟ ଏହା ଦେଖିବାକୁ ମିଳେ । ଏହି ଗଛର ଫଳ ଗୁଡିକ ହେତୁ ଏହାକୁ ‘ସୁସାଇଡଲ ବା ଆତ୍ମହତ୍ୟା ବୃକ୍ଷ’ ମଧ୍ୟ କୁହାଯାଏ । ବାସ୍ତବରେ ଏହାର ଫଳଗୁଡ଼ିକ ଅତ୍ୟଧିକ ବିଷାକ୍ତ ଅଟେ । ଯଦି କୌଣସି ବ୍ୟକ୍ତି ଭୁଲରେ ଏହି ଗଛର ଫଳଗୁଡିକୁ ଖାଏ, ତେବେ ତାଙ୍କଠି ବାନ୍ତି ହେବା ନିଶ୍ଵାସ ପ୍ରଶ୍ଵାସ ନେବାରେ ଜଟିଳତା ଦେଖାଯାଇଥାଏ ।

Leave A Reply

Your email address will not be published.