Latest Odisha News

BREAKING NEWS

ପଞ୍ଚାୟତ କାର୍ଯ୍ୟାଳୟରେ ଓଲଟା ଝୁଲୁଛି ଜାତୀୟ ପତାକା

ଢେଙ୍କାନାଳ: ଜାତୀୟ ପତାକାକୁ ଅସମ୍ମାନ ।  ଜାତୀୟ ପତାକାକୁ ଝାଲର କରି ଟଙ୍ଗା ଯାଇଛ ଦରଜା ଓ କବାଟରେ  ।   ଓଲଟା ମାଳ କରି ଝୁଲା ଯାଇଛି । ଗୋଟିଏ ବା ଦୁଇ ଦିନ ନୁହେଁ, ଦୀର୍ଘ ଦିନ ହେଲା ଏହି ମାଳ ଏଠାରେ ଝୁଲୁଥିବାବେଳେ କାହାର ଏଥିପ୍ରତି ନଜର ନାହିଁ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ  ପଞ୍ଚାୟତ କାର୍ଯ୍ୟାଳୟରେ  ଜାତୀୟ ପତାକାକୁ ଝାଲର କରାଯାଇ ମୁଖ୍ୟ କବାଟ ଉପରେ ଟଙ୍ଗା ହୋଇଛି ।   ଏ ଜାତୀୟ ପତାକାର ଝାଲର ମାଳଟି ଆଜିର ନୁହେଁ । ବରଂ ଦୀର୍ଘ ଦିନ ହେବ  ଏମିତି ଝୁଲୁଥିବା ଜଣାପଡିଛି । ହେଲେ ପଞ୍ଚାୟତର ସରପଞ୍ଚ, ନିର୍ବାହୀ ଅଧିକାରୀ କିମ୍ବା ସାଧାରଣ ଜନାତଙ୍କ ନଜରକୁ ଆସୁନାହିଁ ।

ଏ ନେଇ  ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିବାରୁ ଏହା ଆମ ନଜରକୁ ଆସିନଥିଲା ଏବଂ ଜାତୀୟ ପତାକାକୁ ଅସମ୍ମାନ କରିବା ଆମର ନିୟମ ନାହିଁ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି । ଅନ୍ୟପଟେ ପଂଚାୟତ ଅଫିସ ଭିତରେ ଆଧାର କେନ୍ଦ୍ର ଖୋଲିବା ସହ ମୁଖ୍ୟ କବାଟ ଉପରେ ଜାତୀୟ ପତାକାକୁ ଅସମ୍ମାନ କରି ଝୁଲେଇବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଇଛି ।

Leave A Reply

Your email address will not be published.