Latest Odisha News

BREAKING NEWS

କୋଭିଡ୍ ନାଜାଲ୍ ଭ୍ୟାକ୍ସିନ ଇଙ୍କୋଭାକ୍ ପାଇଁ ସ୍ଲଟ : କୋଓ୍ୱିନ ପୋର୍ଟାଲରେ ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ଜାନୁଆରୀରୁ ଘରୋଇ ସ୍ତରରେ ମିଳିବ ନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍ । ଯାହାର ମୂଲ୍ୟ ରହିବ ୮୦୦ ଟଙ୍କା । ତା ସହିତ ଟ୍ୟାକ୍ସ ବି ଦେବାକୁ ପଡିବ । କୋଓ୍ୱିନ ପୋର୍ଟାଲରେ ଏବେ ସ୍ଲଟ ବୁକିଂ ଆରମ୍ଭ ହେଲାଣି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଛି ନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍ । ଜାନୁଆରୀ ୪ର୍ଥ ସପ୍ତାହରୁ ଏହା ଉପଲବ୍ଧ ହେବ ।

ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଧିକ ମାତ୍ରାରେ ସ୍ଲଟ ବୁକ୍ ହେଲେ ଡୋଜ୍ ପିଛା ୩୨୫ ଟଙ୍କା ଲେଖାଏଁ ଦେବାକୁ ପଡିବ । ୧୮ ବର୍ଷରୁ ଊର୍ଦ୍ଧ୍ୱ ଇଙ୍କୋଭାକ୍ ନାଜାଲ ଭ୍ୟାକ୍ସିନକୁ ବୁଷ୍ଟର ଭାବେ ନେଇପାରିବେ । ଭାରତ ବାୟୋଟେକ ଦ୍ୱାରା ଦେଶର ୧୪ଟି ସ୍ଥାନରେ ଫେଜ୍-ଥ୍ରୀ ପରୀକ୍ଷଣ ଓ ୯ଟି ସ୍ଥାନରେ ରାଣ୍ଡମ୍ ପରୀକ୍ଷା କରାଯାଇଥିଲା । ଏଥିରେ ଟିକା ଦ୍ୱାରା ଆଣ୍ଟିବଡି ସ୍ତରକୁ ମପାଯାଇଥିଲା ।

ଭାରତ ବାୟୋଟେକ କୋଭାକ୍ସିନ ଟିକା ଓ ଇଙ୍କୋଭାକ୍ ବୁଷ୍ଟର ଟିକା ପ୍ରସ୍ତୁତ କରିଛି । ଏହାର ଦାମ କମ୍ ଥିବାରୁ ନିମ୍ନ ଓ ମଧ୍ୟବିତ୍ତଙ୍କ ପାଇଁ କିଣିବା ସହଜ ହେବ ବୋଲି ପ୍ରସ୍ତୁତକାରୀ କମ୍ପାନୀ ପକ୍ଷରୁ କୁହାଯାଇଛି ।

ଇଙ୍କୋଭାକ୍ କୁ ଓ୍ୱାଶିଂଟନ ୟୁନିଭର୍ସିଟି ସହଭାଗିତାରେ ପ୍ରସ୍ତୁତ କରିଛି ଇଙ୍କୋଭାକ୍ । ଏହାର ଡୋଜ୍ ଗୁଡିକୁ ୨ରୁ ୮ ଡିଗ୍ରୀ ମଧ୍ୟରେ ରଖାଯାଉଛି ବୋଲି କମ୍ପାନୀ କହିଛି ।

Leave A Reply

Your email address will not be published.