Latest Odisha News

BREAKING NEWS

ସେପ୍ଟେମ୍ବର ୧୨ରେ ନିଟ୍‌ ପରୀକ୍ଷା

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବ ମେଡିକାଲ ପ୍ରବେଶିକା ପରୀକ୍ଷା NEET । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଭିଡ୍ କଟକଣା ଭିତରେ ଦେଶବ୍ୟାପୀ ନିଟ୍ ପରୀକ୍ଷା ହେବ । ଏଥିପାଇଁ ଏନଟିଏ ୱେବସାଇଟରେ ଆସନ୍ତାକାଲି ଠାରୁ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ ।

ସେପ୍ଟେମ୍ବରରେ ନିଟ୍ ହେବାକୁ ଥିବା ବେଳେ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଇଛି । ପୂର୍ବରୁ ୧୫୫ଟି ସହରରେ ପରୀକ୍ଷା ହେବାକୁ ଥିବା ବେଳେ ଏବେ ଏହାକୁ ୧୯୮କୁ ବୃଦ୍ଧି କରାଯାଇଛି । ସେହିଭଳି ୨୦୨୦ରେ ୩ ହଜାର ୮୬୨ଟି ପରୀକ୍ଷା କେନ୍ଦ୍ର ଥିବା ବେଳେ, ଏବେ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି ବୋଲି ଟ୍ବିଟ୍ କରି ସୂଚନା ଦେଇଚନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପରୀକ୍ଷା କେନ୍ଦ୍ରରେ ସମସ୍ତ ଶିକ୍ଷାର୍ଥୀଙ୍କୁ ମାସ୍କ ଯୋଗାଇ ଦିଆଯିବ ।

ପରୀକ୍ଷା କେନ୍ଦ୍ରରେ କୋଭିଡ୍ ପ୍ରୋଟୋକଲ୍ ପାଳନକୁ ସୁନିଶ୍ଚିତ କରାଯିବ । ଏଥିପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ଫେସ୍ ମାସ୍କ ଦିଆଯିବ । ପ୍ରବେଶ ଓ ପ୍ରସ୍ଥାନ ବେଳର ସମୟକୁ ଧ୍ୟାନ ଦିଆଯିବ । ପଞ୍ଜିକରଣ କଣ୍ଟାକ୍ଟଲେସ ହେବ । ପରୀକ୍ଷା କେନ୍ଦ୍ରକୁ ସାନିଟାଇଜେସନ୍ କରାଯିବା ସହ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

Leave A Reply

Your email address will not be published.