କେନ୍ଦ୍ରାପଡା: ଭିତରକନିକା ପାଇଁ ଖୁସି ଖବର । ବଢ଼ିଲା ବଉଳା କୁମ୍ଭୀର ସଂଖ୍ୟା । ପ୍ରତିବର୍ଷ ଭଳି ଚଳିତବର୍ଷ ଭିତରକନିକାରେ ବଉଳା କୁମ୍ଭୀର ଗଣନା କରାଯାଇଥିଲା । ଚଳିତମାସ ୧୪ ତାରିଖରୁ ଆରମ୍ଭ ହୋଇଥିବା କୁମ୍ଭୀର ଗଣନା ଆଜି ଶେଷ ହୋଇଛି । ୧୮୨୬ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଛନ୍ତି ।
ଗତବର୍ଷ ୧୮୧୧ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଥିଲେ । ଯାହ ଗତବର୍ଷ ତୁଳନାରେ ଅଧିକ ୧୫ଟି କୁମ୍ଭୀର ଠାବ ହୋଇଛନ୍ତି । ଏହି ସମୟ ମଧ୍ୟରେ ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିଲା ।
ଗଣନାରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପ୍ରକୃତି ପ୍ରେମୀ ଓ ପରିବେଶବିତମାନେ ।
Comments are closed.