Latest Odisha News

BREAKING NEWS

ପୋଷା କୁକୁର ପାଇଁ ବିଜନେସ କ୍ଲାସରେ ବୁକ କଲେ ସମ୍ପୂର୍ଣ୍ଣ ଫ୍ଲାଇଟ !

ମୁମ୍ବାଇ: କୁକୁର ଏବଂ ମଣିଷଙ୍କ ବନ୍ଧୁତା ବହୁ ପୁରୁଣା । ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ଭାବେ କୁକୁର ବିବେଚନା କରାଯାଏ । କେତେକ ମଣିଷ ଅଛନ୍ତି ଯିଏ କି କୁକୁରକୁ ଜୀବନଠାରୁ ଅଧିକ ଭଲ ପାଇଥାନ୍ତି । ମୁମ୍ବାଇରେ ଏଭଳି ଏକ ଘଟଣା ସମ୍ମୁଖକୁ ଆସିଛି । ପୋଷା କୁକୁର ଭଲ ଭାବେ ମୁମ୍ବାଇରୁ ଚେନ୍ନାଇ ନେବା ପାଇଁ ସେ ବିଜନେସ କ୍ଲାସରେ ସମ୍ପୂର୍ଣ୍ଣ ଏଆଇ-୬୭୧ ଫ୍ଲାଇଟକୁ ବୁକ କରି ଦେଇଥିଲେ । ୨ ଘଂଟାର ଏହି ଗସ୍ତ ପାଇଁ ତାଙ୍କୁ ୨.୫ ଲକ୍ଷ ଟଙ୍କା ଦେବାକୁ ପଡିଥିଲା । ଏହି ବିମାନରେ କେବଳ ମାଲିକ ଏବଂ ତାଙ୍କ ପୋଷା କୁକୁର ଯାଇଥିଲେ ।

କୁକୁରଟି ମାଲ୍ଟିଜ ଶ୍ରେଣୀର ହୋଇଥିବାରୁ ମାଲିକ କୌଣସି ପ୍ରକାରର ରିସ୍କ ନେବାକୁ ଚାହିଁ ନ ଥିଲେ । ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ଦେଶର ଏକମାତ୍ର ବିମାନ କମ୍ପାନୀ ଯାହାକି ପ୍ୟାସେଞ୍ଜର କ୍ୟାବିନରେ ପୋଷା ଜନ୍ତୁଙ୍କୁ ନେବା ପାଇଁ ଅନୁମତି ଦେଇଥାଏ । ଗୋଟିଏ ଫ୍ଲାଇଟରେ ୨ଟି ପୋଷା ଜନ୍ତୁ ନେଇପାରିବେ ।

Leave A Reply

Your email address will not be published.