Latest Odisha News

‘ବଘେଲଙ୍କ ପ୍ରଶ୍ନ’, ମୋଦି କଣ ରାଷ୍ଟ୍ରପତିଙ୍କ ହାତରେ ଉଦଘାଟନ କରିବାକୁ ଦେବେ?

ଭୁବନେଶ୍ୱର: ଦେଶର ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗ ଏବେ ଏକ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଛି। ଏପରିକି ଏହି ପ୍ରସଙ୍ଗକୁ କଂଗ୍ରେସ ଆଦିବାସୀଙ୍କ ପ୍ରତି ଅପମାନ ଓ ଅସମ୍ମାନର ଆଖ୍ୟା ଦେଇଛି।

ରାଷ୍ଟ୍ରପତି ସଂସଦ ଭବନର ଉଦଘାଟନ କରିବା ପାଇଁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଲଗୁଡିକର ନେତାମାନେ ଦାବି କରିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଛତିଶଗଡ଼ରେ ରାଜନୈତିକ ଲଢେଇ ତୀଵ୍ର ହୋଇଛି।

ଏହାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ମଧ୍ୟରେ ଟ୍ୱିଟର ଯୁଧ୍ୟ ଚାଲିଥିବା ବେଳେ କଂଗ୍ରେସ ଆଦିବାସୀ କାର୍ଡ ଖେଳିବା ଆରମ୍ଭ କରିଛି। ସେପଟେ ବିଜେପି ଛାଡି କଂଗ୍ରେସରେ ମିଶିଥିବା ଆଦିବାସୀ ନେତା ନନ୍ଦ କୁମାର ସାୟ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ସଂସଦ ଭବନର ଉଦଘାଟନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରେ କରାଇବାକୁ ଦାବି କରିଛନ୍ତି।

ସଂସଦ ଭବନ ଦେଶର ସାମ୍ବିଧାନିକ ଭବନ। ତେଣୁ ଏହାର ଲୋକାର୍ପଣ ଦେଶର ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତିଙ୍କ ଦ୍ଵାରା କରାଯାଉ ବୋଲି ନନ୍ଦ କୁମାର କହିଛନ୍ତି। ଏପରିକି ଆଉ ଦୁଇ ପାଦ ଆଗକୁ ଯାଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଜେପି ଆଦିବାସୀଙ୍କର ଆପମାନ କରୁଥିବା ଅଭିଯୋଗ କରିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଟ୍ୱିଟକୁ ନେଇ ବଘେଲ ଏଭଳି ମନ୍ତବ୍ୟ ରଖିଛନ୍ତି। ଏଥିସହିତ ବିଶ୍ୱ ଆଦିବାସୀ ଦିବସରେ ବିଜେପି ଛତିଶଗଡ଼ର ଆଦିବାଦୀ ପ୍ରଦେଶ ଅଧ୍ୟକ୍ଷଙ୍କୁ ହଟାଇଥିଲା ବୋଲି ଭୁପେଶ କହିଛନ୍ତି।

ତା ପରେ ବିଜେପି ଛତିଶଗଡ଼ରେ ବିଜେପିର ପୂର୍ବତନ ବିଶିଷ୍ଟ ଆଦିବାସୀ ନେତା ନନ୍ଦ କୁମାର ସାୟଙ୍କୁ ଅପମାନ ଦେଇଥିଲା। ସେପଟେ ରାଷ୍ଟ୍ରପତି ଆଦିବାସୀ ସମ୍ପ୍ରଦାୟର ହୋଇଥିବାବେଳେ ଦେଶର ପ୍ରଥମ ନାଗରିକ ହୋଇଥିବାରୁ ତାଙ୍କ ହାତରେ ସଂସଦ ଭବନର ଉଦଘାଟନ କଲେ ଦେଶ ପାଇଁ ଏହା ଗୌରବର କଥା ହେବ। କିନ୍ତୁ ପ୍ରଧାନମନ୍ତ୍ରୀ କଣ ଏହା କରିବାକୁ ଦେବେ କି ବୋଲି ପ୍ରଶ୍ନ କରିଛନ୍ତି ଭୁପେଶ ବଘେଲ।

ଏହାକୁ ନେଇ ବିଜେପି କଡା ଜବାବ ଦେଇଛି। ଦୀର୍ଘ ବର୍ଷ ଧରି ଶାସନରେ ରହିଥିଲେ ମଧ୍ୟ କୌଣସି ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଦେଶର ସର୍ବୋଚ୍ଚ ପଦ ମିଳି ନ ଥିଲା ବୋଲି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରମଣ ସିଂ କହିଛନ୍ତି। ତେଣୁ ଏବେ ମୋଦୀଙ୍କ ନେତୃତ୍ୱରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖାଯାଉଥିବାରୁ କଂଗ୍ରେସର ପୀଡା ହେଉଛି ବୋଲି ସେ କହିଛନ୍ତି।

କଂଗ୍ରେସ ମଧ୍ୟ ଏହାର ଓଲଟା ଜବାଵ ଦେଇଛି। କଂଗ୍ରେସ ସମୟରେ ଦଳିତ ସମ୍ପ୍ରଦାୟର କେ ଆର ନାରାୟଣନ ଦେଶର ରାଷ୍ଟ୍ରପତି ରହିଥିବା ବେଳେ ମୀରା କୁମାର ଲୋକସଭାର ଅଧ୍ୟକ୍ଷ ରହିଛନ୍ତି। ତେଣୁ ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ରାଷ୍ଟ୍ରପତିଙ୍କ ହାତରେ ସଂସଦ ଭବନର ଉଦଘାଟନ କେବଳ ଆଦିବାଦୀ ନୁହେଁ ସାରା ଦେଶ ପାଇଁ ଗୌରବର କଥା ହେବ ବୋଲି ବଘେଲ କହିଛନ୍ତି।

ଏପରିକି ଏ ସମ୍ପର୍କରେ ଖୋଦ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରମଣ ସିଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖନ୍ତୁ ବୋଲି ବଘେଲ କହିଛନ୍ତି। ଛତିଶଗଡ଼ରେ ରମଣ ସିଂଙ୍କ ସରକାର ପକ୍ଷରୁ ଆଦିବାସୀଙ୍କୁ ନକ୍ସଲ ଆଖ୍ୟା ଦେଇ ଜେଲରେ ପୁରେଇ ଦିଆଯାଇଥିଲା ଓ ନକ୍ସଲ ସଜେଇ ଗୁଳିରେ ମାରିଦିଆଗଲା ତେଣୁ ଏହା କରିବା ଦ୍ୱାରା ସେମାନେ ହୁଏତ କ୍ଷମା କରିଦେବେ ବୋଲି ତତ୍ସଲ୍ୟ କରି କହିଛନ୍ତି ଭୁପେଶ।

ତେଣୁ ସଂସଦ ଭବନ ଉଦଘାଟନ ଲଢେଇ ଏବେ ଛତିଶଗଡ଼ରେ ରାଜନୈତିକ ଲଢେଇରେ ପରିଣତ ହୋଇଥିବା ବେଳେ ଏହାକୁ ନେଇ ଆଦିବାସୀ କାର୍ଡ ଖେଳାଯାଉଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.