ନୂଆଦିଲ୍ଲୀ: ଗ୍ରାମାଞ୍ଚଳକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବିକା ସୁଯୋଗ ଯୋଗାଇବା ପାଇଁ ଭାରତ ସରକାର ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦ ତାରିଖ ଦିନ ୧୧ ଟା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିହାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୃଶ୍ୟ ଶ୍ରାବ୍ୟ ସମ୍ମିଳନୀ ଜରିଆରେ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ବିହାର ଖଗରିଆ ଜିଲ୍ଲା ବେଲଦାଉର ବ୍ଲକର ତେଲିହାର ଗ୍ରାମରୁ ଏହି ଯୋଜନାର ଶୁଭାରମ୍ଭ ହେବ ବୋଲି ସୂଚନା ମିଳିଛି । ଏହାଛଡା ଅନ୍ୟ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀମାନେ ଏହି ଆପାତତଃ ଉଦ୍ଘାଟନୀ ସମାରୋହରେ ଯୋଗଦେବେ । ୬ ଟି ରାଜ୍ୟର ୧୧୬ ଜିଲ୍ଲାର ଗ୍ରାମବାସୀ ସାଧାରଣ ସେବା କେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ସାମାଜିକ ଦୂରତ୍ଵ ନିୟମ ମାନି ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।
୧୨୫ ଦିନ ବ୍ୟାପୀ ଏହି ଅଭିଯାନ ମିଶନ ମୋଡରେ ଚାଲିବା ସହ ୨୫ଟି ଭିନ୍ନ ଭିନ୍ନ କାର୍ଯ୍ୟ ଦ୍ଵାରା ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯିବ । ଗୋଟିଏ ପଟରେ ସେମାନଙ୍କୁ କାମ ଯୋଗାଇଦେବା ସହ ଅନ୍ୟ ପକ୍ଷରେ ଦେଶର ଗ୍ରାମାଞ୍ଚଳରେ ଏଥିପାଇଁ ସ୍ଥାୟୀ ଭିତ୍ତିଭୂମି ତିଆରି ହୋଇପାରିବ । ଏହି ଯୋଜନା ପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି ।
ପ୍ରାୟ ୨୫ ହଜାର ଲେଖାଏଁ ପ୍ରବାସୀ ଶ୍ରମିକ ଫେରିଥିବା ଦେଶର ୬ଟି ରାଜ୍ୟରୁ ମୋଟ ୧୧୬ଟି ଜିଲ୍ଲାକୁ ଏଥିପାଇଁ ବଛାଯାଇଛି । ଏହି ୬ଟି ରାଜ୍ୟ ହେଲା ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଏବଂ ଓଡିଶା । ସେଥିରେ ୨୭ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟ ରହିଛି । ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ଏହିସବୁ ଜିଲ୍ଲାର ହୋଇଥିବା ଆକଳନ କରାଯାଇଛି । ଏହି ଅଭିଯାନକୁ ୧୨ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସହଯୋଗ କରିବେ ବୋଲି ସୂଚନା ମିଳିଛି । ସେଗୁଡିକ ହେଲେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ସଡକ ପରିବହନ ଓ ରାଜପଥ, ଖଣି, ପାନୀୟ ଜଳ ଓ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ନୂତନ ଓ ଅକ୍ଷୟ ଶକ୍ତି, ସୀମା ସଡକ, ଦୂରସଞ୍ଚାର ଓ କୃଷି ।
BREAKING NEWS
- ଦୀର୍ଘ ଦେଢ଼ ମାସ ପରେ ଖୋଲିଲା କଳିଙ୍ଗା ଘାଟି
- ଚୋରାଚାଲାଣ ବେଳେ ୨୩୦ ଜୀବନ୍ତ କଇଁଛ ଉଦ୍ଧାର, ୨ ଚାଲାଣକାରୀ ଅଟକ
- Rahul Attacks Modi Govt: ‘E20 ପେଟ୍ରୋଲ ନାଁରେ ୪୨୦? ଲୋକଙ୍କ ଗାଡିରୁ ପେଟ୍ରୋଲ୍ ଚୋରି…’, ମୋଦୀ ସରକାରଙ୍କୁ ଘେରିଲେ ରାହୁଲ…
- କାର୍ଯ୍ୟରେ ଅବହେଳା ଯୋଗୁ ବିଡିଓ ନିଲମ୍ବିତ
- Deepotsav 2026: ୫୬ ଘାଟରେ ଜଳିବ ୩୦ ଲକ୍ଷ ଦୀପ! ୨୧୦୦ ଡ୍ରୋନ୍ରେ ଆକାଶରେ ଜୀବନ୍ତ ହେବ ରାମାୟଣ, ଭବ୍ୟ ଦୀପୋତ୍ସବରେ ଝଲସିବ ଅଯୋଧ୍ୟା
- ଏଥର ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- Deleted Voters: ଭୋଟର ତାଲିକାରୁ ନାଁ କଟିଛି କି? ୭ ରାଜ୍ୟର ଭୋଟରଙ୍କୁ ECଙ୍କ ବଡ଼ ଆଶ୍ୱସ୍ତି, ପୁଣି ମିଳିବ ସୁଯୋଗ!
- ପରକୀୟ ପ୍ରୀତି ହେଲା କାଳ! ଶଳାକୁ ପଥରରେ ଛେଚି ହତ୍ୟା କଲା ଭିଣୋଇ
- ଦୀପାବଳିରେ ଖୁସି ଖବର: ୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ଭତ୍ତା
- ଇରାନର ପରମାଣୁ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ତଥ୍ୟ ଦେଲେ ଆମେରିକା ଦେବ ୨ କୋଟି ଡଲାର
Comments are closed.