Latest Odisha News

BREAKING NEWS

ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗରେ ଆଜି ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଗଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗରେ ଆଜି ବସିବ ସର୍ବଦଳୀୟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ଭର୍ଚୁଆଲ ବୈଠକ ହେବ । ସବୁ ଦଳର ସଭାପତିମାନେ ଏହି ବୈଠକରେ ଯୋଗ ଦେବେ । ସୀମା ଲାଗି ରହିଥିବା ଅଶାନ୍ତିର ସମାଧାନ ନେଇ ଏଥିରେ ଆଲୋଚନା ହେବ ।

ଗତ ୧୬ତାରିଖ ରାତିରେ ପୂର୍ବ ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ ହେବାରୁ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏଥି ସହ ଚୀନ ସେନାର ପ୍ରାୟ ୩୫ ଜଣଙ୍କର ମୃତ୍ୟୁ ହୋଇଥଲା ।

Leave A Reply

Your email address will not be published.