Latest Odisha News

୪୦୦୦ ବର୍ଷ ତଳର ୩୦୦ ମମ୍ମିଙ୍କ ଖୋଲିଲା ରହସ୍ୟ

ବେଜିଂ: ଚୀନର ତକଲାମାକନର ଗୁବନ୍ଦରେ ୧୯୯୦ରେ ମିଳିଥିବା ୪୦୦୦ ବର୍ଷ ତଳର ୩୦୦ ମମ୍ମିଙ୍କ ରହସ୍ୟ ଉଜାଗର ହୋଇଛି । ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଚୀନର ପଶ୍ଚିମରେ ଥିବା କାଲା ସାଗର ଅଂଚଳରୁ ଏହି ବ୍ୟକ୍ତିମାନେ ଆସିଥିବା ଅନୁମାନ କରିଥିଲେ । କାରଣ ଏହି ମମିମାନଙ୍କ ପୋଷାକ ପରିଧାନ ଏବଂ ଚେହେରାର ଆକୃତି ପଶ୍ଚିମାଂଚଳର ବୋଲି ଜଣାପଡୁଥିଲା । ମାତ୍ର ଏବେ ୟୁରେସିଆରୁ ଏମାନେ ଆସିଥିବା ପ୍ରମାଣ ମିଳିଛି । ୧୧ ହଜାର ବର୍ଷ ତଳୁ ସେମାନେ ନିଜ ଦେଶ ଛାଡି ଚୀନ ପଳାଇ ଆସିଥିଲେ ।

BjdElectrycity

ଏକ ମହିଳା ମମି ଯାହାକି ଏବେ ବ୍ୟୁଟି ଅଫ ଶିୟାହୋଇ ଭାବେ ପରିଚିତ ବୈଜ୍ଞାନିକଙ୍କ ଗବେଷଣାକୁ ଭୁଲ ପ୍ରମାଣିତ କରିଥିଲା । ଉକ୍ତ ମମ୍ମିର ସବୁଜ ରଙ୍ଗର କେଶ ଏବଂ ବେଶଭୂଷା ଯୋଗୁ କାଲା ସାଗର ଅଂଚଳରୁ ଆସିଥିବା ପ୍ରାରମ୍ଭିକ ଗବେଷଣାରେ ବୈଜ୍ଞାନିକମାନେ କହିଥିଲେ ।

Leave A Reply

Your email address will not be published.