Latest Odisha News

BREAKING NEWS

ଭାରତର ଏହି ସ୍ଥାନରେ ଏବେବି ଜଳୁଛି ସତୀଙ୍କ ଜିହ୍ୱା !

ଭୁବନେଶ୍ୱର: କୁହାଯାଏ ଭାରତ ହେଉଛି ଏକ ରହସ୍ୟମୟ ଦେଶ । ଏଠରେଏମିତି କିଛି ରହସ୍ୟମୟ ସ୍ଥାନ ରହିଛି ଯାହାକୁ କେହି ନିଜ ଆଖିରେ ନ’ଦେଖିଲେ ବିଶ୍ୱାସ କରିପାରିବେ ନାହିଁ ।

ସେହିପରି ଏକ ରହସ୍ୟମୟ ସ୍ଥାନ ହେଉଛି ହିମାଚଳ ପ୍ରଦେଶରେ ଅବସ୍ଥିତ ମାତା ଜ୍ୱାଳାମୁଖୀ ମନ୍ଦିର ।  ଯେଉଁଠି  କେଉଁ କାଳରୁ ରହସ୍ୟମୟ ଭାବେ ଏକ ଅଗ୍ନିଶିଖା ଏପର୍ଯ୍ୟନ୍ତ ଜଳୁଛି ।

ଏହିସବୁ ସ୍ଥାନଗୁଡ଼ିକର ରହସ୍ୟକୁ ଆଜି ପର୍ଯ୍ୟନ୍ତ କେହି ଉନ୍ମୋଚନ କରିପାରିନାହାନ୍ତି ।

ଭାରତରେ ଅନେକ ସ୍ଥାନରେ ଅଗ୍ନୀ ଶିଖାକୁ ଶକ୍ତିସ୍ୱରୂପ ଭାବରେ ପୂଜା କରାଯାଏ । ଏହି ରାଜ୍ୟର କାଙ୍ଗ୍ରା ଜିଲ୍ଲାରେ ରହିଛି ଜ୍ୱାଲାଜୀ ମନ୍ଦିର ।

ଯେଉଁଠାରେ ପାହାଡ଼ର ଏକ ଛୋଟ ଗୁମ୍ଫାରେ ଅହରହ ପ୍ରଜ୍ୱଳିତ ହେଉଥାଏ ଏକ କ୍ଷୀଣ ଅଗ୍ନୀ ଶିଖା। ବିଶ୍ୱାସ ଅନୁସାରେ ଏହି ଅଗ୍ନୀଶିଖା କେବେହେଲେ ଲିଭେ ନାହିଁ ।  ଏହି ଜ୍ୱାଲାଜୀଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ମାତା ସତୀଙ୍କର ଶରୀରର ଅଶଂବିଶେଷ ଭାବେ ବିଶ୍ୱାସ କରନ୍ତି ।

କୁହାଯାଏ ଏହି ଅଗ୍ନୀଶିଖା ହେଉଛି ମାତା ସତୀଙ୍କର ଜିହ୍ଵା । ଦେବଦେବ ମହାଦେବ ମାତା ସତୀଙ୍କ ମୃତ ଶରୀର ଧରି ତାଣ୍ଡବ ନୃତ୍ୟ କରିବା ସମୟରେ ମାତା ସତୀଙ୍କର ଶରୀରର ବିଭିନ୍ନ ଅଶଂ ଭାରତର ଅନେକ ସ୍ଥାନରେ ପଡ଼ିଥିଲା । ଆଉ କାଙ୍ଗ୍ରାର ଏହି ସ୍ଥାନରେ ମାତା ସତୀଙ୍କର ଜିହ୍ଵା ପଡ଼ିଥିଲା ବୋଲି ବିଶ୍ୱାସ ରହିଛି। ଏହି ଅଗ୍ନୀଶିଖା ଯେତେ ପ୍ରାକୃତିକ ବିପର୍ଯ୍ୟୟ ହେଲେ ମଧ୍ୟ କେବେ ଲିଭି ନାହିଁ ।  ଭାରତର ଅନେକ ସ୍ଥାନରେ ଜ୍ୱାଲା ଦେବୀ ମନ୍ଦିର ମଧ୍ୟ ଦେଖିବାକୁ ମିଳେ । ହେଲେ କାଙ୍ଗ୍ରାର ଏହି ମନ୍ଦିର ନିହାତି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନରେ ମାତୃଶକ୍ତିର ଅଲୌକିକ ରୂପର ବିଶ୍ୱାସ ହିଁ ଜାଗ୍ରତ କରାଉଛି ।

ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଭକ୍ତି ଭାବନାର ସହ ମାତା ସତୀଙ୍କର ଜିହ୍ୱାକୁ ଉପାସନା କରିଥାନ୍ତି।

ଏପରିକି ଲୋକବାଣୀ ଅନୁସାରେ ଜଣେ ଗାଇ ଚରାଳୀ ଏହି ସ୍ଥାନରେ ପ୍ରତିଦିନ ଗାଇ ଚରାଇବା ବେଳେ ଦେଖେ ତାର ଗାଇର କ୍ଷୀର ଜଣେ ବାଳିକା ପିଇଦେଉଛି। ପରେ ସେ ଏ ବିଷୟରେ ରାଜାଙ୍କୁ ଅବଗତ କରାଇଥିଲା ।

ରାଜା ପୂର୍ବରୁ ଜାଣିଥିଲେ ଯେ ଏହି ସ୍ଥାନରେ ସତୀ ମାତାଙ୍କର ଜିହ୍ଵା ପଡ଼ିଛି ହେଲେ ତାଙ୍କୁ ସେହି ସ୍ଥାନର  ଠିକଣା ଜଣା ନଥିଲା ତେଣୁ ସେ ଗାଇଆଳର କଥା ଶୁଣି ସେହି ସ୍ଥାନକୁ ଠାବ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ରାଜା ଏଥିରେ ସଫଳ ହୋଇନଥିଲେ ହେଲେ କିଛି ବର୍ଷପରେ ଗାଇଆଳ ଆସି ଖବର ଦେଇଥିଲା ଯେ ଏକ ଗୁମ୍ଫାରେ ଏକ ଅଗ୍ନୀ ଶିଖା ଅହରହ ଜଳୁଛି ।

ସେ ଗୁମ୍ଫା ନିକଟକୁ ଯାଇ ମାତା ଜ୍ୱାଲାଜୀଙ୍କୁ ଦର୍ଶନ କରିଥିଲେ । ଆଉ ଏଠାରେ ଏକ ମନ୍ଦିର ମାତା ଜ୍ୱାଲାଜୀଙ୍କ ପାଇଁ ନିର୍ମାଣ କରିଥିଲେ । ବିଶ୍ୱାସ ଅନୁସାରେ ପାଣ୍ଡବ ମାନେ ଏହି ମନ୍ଦିରର ପରବର୍ତ୍ତୀ ସମୟରେ ପୁନଃନିର୍ମାଣ କରିଥିଲେ ।

ଲୋକକଥା ଅନୁସାରେ ଧାନୁ୍ୟ ଭଗତ ନାମକ ଜଣେ ଭକ୍ତ ଜ୍ୱାଲାଜୀ ମାତାଙ୍କ ଦର୍ଶନ କରିବା ପାଇଁ ଦିଲ୍ଲୀରୁ ଆସୁଥିଲେ । ଏହି ଖବର ମୋଗଲ ସମ୍ରାଟ ଆକବରଙ୍କ ନିକଟରେ ପହଁଚିଥିଲା ଆକବର ଧାନୁ୍ୟଭଗତକୁ ନିଜ ରାଜ ଦରବାରକୁ ଡକାଇ ମାତାଙ୍କ ଅଲୌକିକତା ବିଷୟରେ ପଚାରିଥିଲେ ଅାଉ ଭଗତ ମାତା ଖୁବ୍‌ ପ୍ରତ୍ୟକ୍ଷ ଓ ଭକ୍ତଙ୍କ ପ୍ରାର୍ଥନା ଶୁଣି ପାରନ୍ତି ବୋଲି କହିଥିଲେ । ଆଉ ସମ୍ରାଟ ଆକବର ମାତାଙ୍କ ଶକ୍ତି ପରୀକ୍ଷା କରିବା ପାଇଁ ଭଗତଙ୍କ ଘୋଡ଼ାର ମୁଣ୍ଡ କାଟି ଦେଇଥି ଲେ । ଆଉ ଭକ୍ତ ଭଗତଙ୍କୁ କହିଥିଲେ ଜ୍ୱାଲା ମାତାଙ୍କୁ ପ୍ରାର୍ଥନା କରି ଘୋଡ଼ାର ମୁଣ୍ଡ ଯୋଡ଼ି ଦେବା ପାଇଁ ।

ଧାନୁ୍ୟ ଭଗତ ଜ୍ୱାଲାଜୀଙ୍କ ନିକଟକୁ ଆସି ପ୍ରାର୍ଥନା କରିଥିଲେ । ମାତା ତାଙ୍କ ପ୍ରାର୍ଥନା ଶୁଣିବାକୁ ଡେରି କରିବାରୁ ସେ ନିଜ ମୁଣ୍ଡ ମାତା ଜ୍ୱାଲାଜୀଙ୍କ ନିକଟରେ କାଟି ଦେଇଥିଲେ । ଏହା ପରେ ସିଂହବାହିନୀ ମାତା ଭକ୍ତ ଭଗତଙ୍କୁ ଦର୍ଶନ ଦେଇଥିଲେ ।

ଆଉ ଆର୍ଶୀବାଦ ପ୍ରଦାନ କରି ଉଭୟ ଘୋଡ଼ା ଓ ଭକ୍ତଙ୍କର ମୁଣ୍ଡ ତାଙ୍କ ଶରୀରରେ ଯୋଡ଼ି ଦେଇଥିଲେ । ସେହିଦିନ ଠାରୁ ଜ୍ୱାଲାଜୀ ମାତା ନିଦେ୍ର୍ଦଶ ଅନୁସାରେ ଭକ୍ତ ମାନେ ନିଜ ମୁଣ୍ଡ ବଦଳରେ ନଡ଼ିଆ ଭୋଗ କରି ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ଜ୍ୱାଲାଜୀଙ୍କୁ ପ୍ରାର୍ଥନା କରୁଛନ୍ତି ।

ଶ୍ରଦ୍ଧାଳୁମାନଙ୍କ ପାଇଁ ଆସ୍ଥା ଓ ବିଶ୍ୱାସର ପ୍ରତୀକ ପାଲଟିଥିବା ଜ୍ୱାଲାଜୀ ମାତା ମନ୍ଦିରର ରହସ୍ୟକୁ ଆଜି ପର୍ଯ୍ୟନ୍ତ କେହି ଉନ୍ମୋଚନ କରିପାରିନାହାନ୍ତି ।

Comments are closed.