Latest Odisha News

BREAKING NEWS

ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ମୋରଡା ତହସିଲଦାର

ମୟୁରଭଞ୍ଜ: ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲଦାର । ତହସିଲଦାରଙ୍କ ମନମୁଖୀ କାର୍ଯ୍ୟର ପ୍ରତିବାଦ କରି ବଡମୁଣ୍ଢାବଣି ଗ୍ରାମବାସୀ ତହସିଲଦାରଙ୍କୁ ଅଟକ ରଖିଥିବା ଜଣାପଡିଛି । ଅସନ୍ତୁଷ୍ଟ ଗ୍ରାମବାସୀଙ୍କୁ ପୋଲିସ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ଲୋକେ ବୁଝିବାକୁ ନାରାଜ ।

ସୂଚନାମୁତାବକ, ମୟୁରଭଞ୍ଜ ଜିଲ୍ଲା ଜମ୍ଭୀରା ନଦୀରୁ ଅନେକ ଥର ବେଆଇନ ଭାବେ ବାଲି ଖୋଳା ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ମୋରଡା ତହସିଲଦାର ଅଭିଯୋଗର ସତ୍ୟାସତ୍ୟ ଜାଣିବାକୁ ଘଟଣାସ୍ଥଳକୁ ଯାଇ ନିରୀକ୍ଷଣ କରିଥିଲେ । ତେବେ ବେଆଇନ ବାଲି ଉତ୍ତୋଳନ କରୁଥିବା ଗାଡି ଜବତ ହୋଇ ନଥିବାବେଳେ , ବାଲି ଷ୍ଟକ ହୋଇଥିବା ସ୍ଥାନରୁ ବାଲିକୁ ଡମ୍ଫର ଯୋଗେ ତହସିଲଦାର ଉଠାଇ ନେଇଥିବା ଗ୍ରାମବାସୀ କହିଛନ୍ତି।

ଆହୁରି ମଧ୍ୟ ନଦୀ ତୁଠରୁ ଗାଁକୁ ସଂଯୋଗ କରୁଥିବା ରାସ୍ତାଟିକୁ ମଧ୍ୟ ତହସିଲଦାର ଏକ ନମ୍ବର ବିହୀନ ଜେସିବି ଦ୍ୱାରା ଖୋଳି ଦେଇଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଚାଷ ଜମିକୁ ଯିବାକୁ ଏହା ଲୋକଙ୍କ ପାଇଁ ଏକମାତ୍ର ରାସ୍ତା ହୋଇଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିବା ସହ ତହସିଲଦାରଙ୍କୁ ନିଜର ମନମୁଖୀ କାମ ପାଇଁ ଅଟକ ରଖିଥିବା ସୂଚନା ମିଳିଛି।

Leave A Reply

Your email address will not be published.