Latest Odisha News

BREAKING NEWS

କାମରେ ଆସୁନି ଆଦିବାସୀ ସଂଗ୍ରହାଳୟ, ବ୍ୟବସାୟୀ କରଣ କରାଯାଇ ନଷ୍ଟ କରାଯାଉଥିବା ଅଭିଯୋଗ …

ନବରଙ୍ଗପୁର: ସାରା ରାଜ୍ୟରେ ଆଦିବାସୀ ଜନଜାତିଙ୍କ ବ୍ୟବହୃତ ଜିନିଷ, ସେମାନଙ୍କ ରହିବା ଶୈଳି ଆଦି ବିଷୟରେ ଜଣିବା ପାଇଁ ନିର୍ମାଣ କରାଯାଇଥିଲା ଆଦିବାସୀ ସଂଗ୍ରହାଳୟ । କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ଖତ ଖାଉଛି ଏହି ଆଦିବାସୀ ସଂଗ୍ରହାଳୟ । ଯେଉଁ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିଲା ସେଥିପାଇଁ ଆଜି ପର୍ଯ୍ୟନ୍ତ ଦିନେ ହେଲେବି ବ୍ୟବହାର ହୋଇ ନାହିଁ । ନବରଙ୍ଗପୁର ନୂଆ ବସସ୍ଟାଣ୍ଡରେ ଥିବା ଆଦିବାସୀ ସଂଗ୍ରହାଳୟ ଭୁସୁଡି ପଡିଛି । କୋଠାକୁ ବ୍ୟବସାୟୀ କରଣ କରାଇ ନଷ୍ଟକରି ଦିଆଯାଉଥିବା ଅଭିଯାଗ ହୋଇଛି ।

କାମରେ ଆସୁନି ଏହି ଆଦିବାସୀ ସଂଗ୍ରହାଳୟ । ରକ୍ଷଣାବେକ୍ଷଣା ଅଭାବରୁ ଖତ ଖାଉଛି ନବରଙ୍ଗପୁର ନୂଆ ବସସ୍ଟାଣ୍ଡରେ ଥିବା ଆଦିବାସୀ ସଂଗ୍ରହାଳୟ । ପୂର୍ତ୍ତ ବିଭାଗ ତରଫରୁ ଉକ୍ତ କୋଠାକୁ ବିପଦ ସଙ୍ଖୁଳ ଘୋଷଣା ମଧ୍ୟ କରାଯାଇଛି । କୋଠା ନିର୍ମାଣ ହେବା ପରେ ଜିଲ୍ଲା ସଂସ୍କୃତି ଅଧିନରେ କିଛି ଦିନ ରହିବା ପରେ ଏହାକୁ ନବରଙ୍ଗପୁର ପୌରପାଳିକା କୁ ହସ୍ତାନ୍ତର କରିଦିଆ ଯାଇଥିଲା । ପୌରପାଳିକା ଏହାକୁ କଲ୍ୟାଣ ମଣ୍ଡପ ରୂପେ ଏକ ବେସରକାରୀ ସଂସ୍ଥା କୁ ଠିକା ସୁତ୍ରରେ ଦେଇଥିଲା । ଆଦିବାସୀ ସଂଗ୍ରହଣାଳୟ ନିମନ୍ତେ ନିର୍ମିତ କୋଠାକୁ ବ୍ୟବସାୟୀ କରଣ କରାଇ ନଷ୍ଟ କରିଦିଆଯାଇଛି ବୋଲି ଅଭିଯାଗ କରିଛନ୍ତି ଆଦିବାସୀ ନେତା ।

କଲ୍ୟାଣ ମଣ୍ଡପ ରୂପେ ବ୍ୟବହାର କରି ସଂପ୍ରୁକ୍ତ ଠିକା ସଂସ୍ଥା ଏବଂ ନବରଙ୍ଗପୁର ପୌରପାଳିକା କୋଟି କୋଟି ଟଙ୍କା ଲାଭ ପାଇଛି କିନ୍ତୁ କୋଠା ମରାମତି ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇ ନାହିଁ । ନବରଙ୍ଗପୁର ସହରର ମଧ୍ଯ ଭାଗରେ ଥିବା ପ୍ରାୟ ୨ ଏକର ଜମିରେ ଏହି ଫଳକରେ ସୀମିତ ରହିଯାଇଥିବା ଆଦିବାସୀ ସଂଗ୍ରହାଳୟର ପାଚେରୀ ଓ କୋଠା ନିର୍ମାଣ ହୋଇଛି । ଏବେ ଧୀରେ ଧୀରେ ଯାଗା ଜବରଦଖଲକାରୀଙ୍କ କବଜାରେ ଯିବାକୁ ଲାଗିଛି ଆଦିବାସୀ ସଂଗ୍ରହଣାଳୟ ।  ଜବରଦଖଲକାରୀ ମାଡି ବସିବା ସହ ଏହା ବ୍ୟବହାର ନ ହୋଇ ପଡ଼ି ରହିଥିବାରୁ ସହରବାସୀ ଏବଂ ଆଦିବାସୀ ସଙ୍ଗଠନ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଏନେଇ ପଚାରିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନବରଙ୍ଗପୁର ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ।

Leave A Reply

Your email address will not be published.