Latest Odisha News

ଟ୍ରେନରେ ଫୁଟିଲା ଗୁଳି , ଜଣେ ଯବାନ ମୃତ

ରାୟପୁର: ଛତିଶଗଡ଼ର ରାୟପୁର ରେଳ ଷ୍ଟେସନ ନିକଟରେ ଆଜି ସକାଳେ ସାରନାଥ ଏକ୍ସପ୍ରେସ୍ ଟ୍ରେନ୍ ଭିତରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଜଣେ ଆରପିଏଫ୍  ଯବାନଙ୍କ ମୃତ୍ୟୁ ଘଟିଛି । ମୃତ ଯବାନଙ୍କ ନାଁ ଦିନେଶ ଚଦ୍ର ବୋଲି ଜଣାପଡ଼ିଛି । ଏହି ଘଟଣାରେ ମହମ୍ମଦ ଦାନିଶ ନାମକ ଜଣେ ଯାତ୍ରୀଙ୍କ ପେଟରେ ଗୁଳି ବାଜିଛି ।  ତାଙ୍କୁ  ରାୟପୁର ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ରେଲୱେ  ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

BjdElectrycity

ରେଲୱେ ପୁଲିସର ସୂଚନାଅନୁସାରେ, ମୃତ ଆରପିଏଫ୍ ଯବାନ ଦିନେଶ ଚଦ୍ରଙ୍କ ବନ୍ଧୁକରୁ ହଠାତ୍ ଗୁଳି ଫୁଟି ଯାଇଥିଲା । ଫଳରେ ତାଙ୍କ ଛାତିରେ ଗୁଳି ବାଜିଥିଲା। ଏଥିସହ ତାଙ୍କ ପାଖରେ ବସିଥିବା ମହମ୍ମଦ ଦାନିଶଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା । ମୃତ ଆରପିଏଫ୍ ଯବାନ ଓ ମହମ୍ମଦ ଦାନିଶଙ୍କୁ  ରାମକୃଷ୍ଣ  ହସ୍ପପିଟାଲରେ ଭର୍ତ୍ତି  କରାଯାଇଥିଲା । ସେଠାରେ  ଆରପିଏଫ୍ ଯବାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।  ଦାନିଶଙ୍କ ସ୍ୱାସ୍ଥବସ୍ଥା ସ୍ଥିର ରହିଛି।

Leave A Reply

Your email address will not be published.