Latest Odisha News

BREAKING NEWS

ମନ୍ଦିରରୁ ହୁଣ୍ଡି ନେଇଗଲେ ଦୁର୍ବୃତ୍ତ

ବାଲେଶ୍ବର: ମନ୍ଦିରରୁ ହୁଣ୍ଡି ନେଇଗଲେ ଦୁର୍ବୃତ୍ତ । ବାଲିଆପାଳରେ ଜଗନ୍ନାଥ ମନ୍ଦିରରୁ ହୁଣ୍ଡି ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଠାକୁରଙ୍କ ହୁଣ୍ଡି ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତ୍ରିରେ ବାଲେଶ୍ଵର ବାଲିଆପାଳ ବ୍ଳକ ଶ୍ରଦ୍ଧାକ୍ଷେତ୍ର ଜଗନ୍ନାଥ ମନ୍ଦିରର ହୁଣ୍ଡି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟଗେଟର ତାଲା ଭାଙ୍ଗି ହୁଣ୍ଡି ବାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରିଥିବା ଅଭିଯୋଗ ହୋଇଛି । ଗତକାଲି ମନ୍ଦିରର ପୂଜକ ପୂଜାର୍ଚ୍ଚନା ସାରି ମନ୍ଦିରର ମୁଖ୍ୟ ଫାଟକରେ ତାଲା ପକାଇ ଘରକୁ ଯାଇଥିବା ବେଳେ ଆଜି ସକାଳୁ ମନ୍ଦିରକୁ ଆସିଲା ବେଳକୁ ମନ୍ଦିରର ମୁଖ୍ୟ ଫାଟକ ତାଲାକୁ କଟା ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ଏନେଇ ବାଲିଆପାଳ ପୋଲିସକୁ ଖବର ଦେଇଥିଲେ ମନ୍ଦିର ପ୍ରଶାସନ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମନ୍ଦିରରୁ କଣ କଣ ସବୁ ଲୁଟ ହୋଇଛି ତା’ର ତନାଘନା ଆରମ୍ଭ କରିଛି ପୋଲିସ।

Comments are closed.