Latest Odisha News

BREAKING NEWS

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା: ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

କଟକ: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପୂର୍ବରୁ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଉମର ପଞ୍ଚାୟତ ହନୁମାନ ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରୁ କୌଣସି ଦୁର୍ବୃତ୍ତ ମୁଣ୍ଡ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି। ସିସିଟିଭି ଆଧାରରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୩ ଜଣଙ୍କୁ ଗିରଫ କିର କୋର୍ଟ ଚାଲାଣ କରିଛି ପୋଲିସ।

ଏନେଇ କଟକ ଅତିରିକ୍ତ ଏସପି ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନେ ହେଲେ ଉମର ଗାଁର ବାସିନ୍ଦା। ସୂଚନା ଅନୁସାରେ ସୋମବାର କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ଉମର ହନୁମାନ ମନ୍ଦିର ନିକଟରେ କେହି ଦୃର୍ବୁତ୍ତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେବାକୁ ନେଇ ଉପୁଜିଥିଲା ବିବାଦ।

ଦୁର୍ବୃତ୍ତଙ୍କୁ ତୁରନ୍ତ ଦୋଷୀକୁ ଧରା ନଗଲେ ତୀବ୍ର ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ। ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେକୁ ବିରୋଧ କରିଥିଲା ବିଜେଡି। ଏହାପରେ SDPOଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଚଢାଉ କରାଯାଇଥିଲା। ଆଜି ସେହି ୩ ଦୁର୍ବୃତ୍ତଙ୍କୁ ଗିରଫ କିର କୋର୍ଟ ଚାଲାଣ କରିଛି ପୋଲିସ। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ଭଙ୍ଗା ଘଟଣା ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଏ ଘଟଣା ଉପରେ ସରକାର ପଦକ୍ଷେପ ନେଇ ୩ ଜଣଙ୍କୁ ଗିରଫ କରାଯାଇଛି।

Comments are closed.