Latest Odisha News

BREAKING NEWS

ଟେଷ୍ଟ କ୍ରିକେଟର ୧୫୦ ତମ ବର୍ଷ ପୂରଣ ଅବସରରେ ଆୟୋଜିତ ହେବ ଦିବାରାତ୍ର ମ୍ୟାଚ

ମେଲବୋର୍ଣ୍ଣ: ବିଶ୍ୱର ଦୁଇ ପୂରାତନ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ କ୍ରିକେଟର ୧୫୦ ପୂର୍ତି ଅବସରରେ ଏକ ଦିବାରାତ୍ର ମ୍ୟାଚ ଖେଳାଯିବ । ୨୦୨୭ରେ ୧୧ରୁ ୧୫ ମାର୍ଚ୍ଚ ମଧ୍ୟରେ ଏହି ଐତିହାସିକ ମ୍ୟାଚ ଗୋଲାପୀ ବଲରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ୧୮୭୭ରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳା ଯାଇଥିଲା । ଏହି ମ୍ୟାଚ ଅବଶ୍ୟ ଡବ୍ଲ୍ୟୁଟିସିର ଅଂଶବିଶେଷ ହେବନି । ମାତ୍ର ୨୦୨୭ ସିଜନରେ ୧୨ ଟେଷ୍ଟ ମ୍ୟାଚ ମଧ୍ୟରେ ପରିଗଣିତ ହେବ । ସେହି ବର୍ଷ ଅଷ୍ଟ୍ରେଲିଆ ଟିମ ଆଶେସ ସିରିଜ ପାଇଁ ଇଂଲଣ୍ଡ ଗସ୍ତ କରିବ । ଶେଷ ଭାଗରେ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ବିଶ୍ୱକପରେ ଅଂଶଗ୍ରହଣ କରିବ ।

୭ ମାସ ପୂର୍ବରୁ ଏହି ଐତିହାସିକ ମ୍ୟାଚ ସମ୍ପର୍କରେ ଅଷ୍ଟ୍ରେଲିଆର ପୂର୍ବତନ ସିଇଓ ନିକ ହକଲେ ସୂଚନା ଦେଇଥିଲେ । ଏହା ପୂର୍ବରୁ ଟେଷ୍ଟ କ୍ରିକେଟର ୧୦୦ ବର୍ଷ ପୂର୍ତି ଅବସରରେ ଏମସିଜିରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ୧୯୭୭ରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୪୫ ରନରେ ଜିିତିଥିଲା । ୧୮୭୭ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ମଧ୍ୟ ଅଷ୍ଟ୍ରେଲିଆ ୪୫ ରନରେ ଜିତିଥିଲା ।

Comments are closed.