Latest Odisha News

BREAKING NEWS

ଫସିଲେ ଅନୁରାଗ, ତାପସୀ: ହେରଫେର କରିଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ଅଭିନେତ୍ରୀ ତାପସୀ ପନ୍ନୁ ଓ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଅସୁବିଧାରେ ପଡିପାରନ୍ତି । ଆୟକର ବିଭାଗ ଚଢ଼ାଉ ପରେ ବିଭିନ୍ନ ମହଲରେ ଏଥିନେଇ ରାଜନୀତି ଆରମ୍ଭ ହୋଇ ଯାଇଥିଲା । ତେବେ ଗୁରୁବାର ଆୟକର ବିଭାଗର ବୟାନ ସାମ୍ନାକୁ ଆସିଛି । ସିବିଡିଟି ପାଖାପାଖି ୩୫୦ କୋଟି ଟଙ୍କା ହେରଫେର ହୋଇଥିବା ପ୍ରମାଣ ହସ୍ତଗତ କରିଛି । ଆଇଟି ବିଭାଗ ୨୮ ଭିନ୍ନ ଭିନ୍ନ ସ୍ଥାନରେ ଏହାର ତଦନ୍ତ କରୁଛି ।

ଆଇଟି ବିଭାଗ ତାପସୀ, ଅନୁରାଗ, ୨ ଫିଲ୍ମ ପ୍ରଡ୍ସକନ ହାଉସ ଓ ଗୋଟିଏ ଟ୍ୟାଲେଂଟ ମ୍ୟାନେଜମେଂଟ କମ୍ପାନୀ ଉପରେ ଚଢ଼ାଉ କରିଥିଲା । ଗୋଟିଏ ପ୍ରଡକ୍ସନ ହାଉସ ବକ୍ସ ଅଫିସ ଆୟକୁ କମ୍ ଦର୍ଶାଇ ୩୦୦ କୋଟିର ହେରଫେର କରିଛି । ଏହାର ହିସାବ କମ୍ପାନୀ ଦେଇପାରୁ ନାହିଁ । ସେହିପରି ଅନ୍ୟ ଏକ ପ୍ରଡକ୍ସନ ହାଉସ ଶେୟାରଗୁଡିକୁ ଅଣ୍ଡର ଭାଲ୍ୟୁଏଶନ କରିଥିଲା । ସେହିପରି ତାପସୀଙ୍କ ଘରୁ ୫ କୋଟି ଟଙ୍କାର ନଗଦ କାରୋବାରର ପ୍ରମାଣ ମିଳୁନି । ସରକାର ଏବଂ ଟ୍ୟାକ୍ସ ଫାଙ୍କିବା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ କରାଯାଇଥିଲା ।

Leave A Reply

Your email address will not be published.