ଭୁବନେଶ୍ୱର: ସିଗାରେଟ ଧୂଆଁକୁ ଶୋଷି ପକାଉଥିବା ଲୋକଙ୍କ ପାଇଁ ଏ ଖବର ଖୁବ ଗୁରୁତ୍ୱପୂର୍ଣ୍ଣ। କିଛି କ୍ଷଣ ଫୁଙ୍କି ଦେଇ ଯେଉଁ ଆନନ୍ଦ ମିଳେ, ସେଥିରେ ଯେ ଜୀବନ ଅଣନିଶ୍ୱାସୀ ହୋଇଯାଉଛି ସେ କଥା କାହା ମୁଣ୍ଡରେ ପଶୁନି। ଟିକେ ଟେନସନ୍ ହୋଇଗରେ ସିଗାରେଟ, କାମ ଅଧିକ ବଢ଼ିଗଲେ ସିଗାରେଟ ଆଉ ଖୁସି ହୋଇଗଲେ ବି ସିଗାରେଟ। ଆଉ କେହି କେହି ଭାବନ୍ତି ତ ଦିନକୁ ଗୋଟିଏ ଦୁଇଟି ସିଗାରେଟ ଟାଣୁଛି ମୋର କ’ଣ ହେବ ? ଏପରି ଅଭ୍ୟାସରେ ଥିଲେ ମୃତ୍ୟୁ ନିକଟତର ହୋଇଗଲାଣି ବୋଲି ଜାଣିନିଅନ୍ତୁ। ଏକ ବୈଜ୍ଞାନିକ ଅଧ୍ୟୟନରୁ ଏମିତି ଏକ ତଥ୍ୟ ଆସିଛି ଆପଣ ଶୁଣିଲେ ଚମକି ପଡ଼ିବେ। ଆଉ ଭୁଲରେ ବି ସାଗେରଟ ଟାଣିବାକୁ ହାତ ଯିବନାହିଁ। ବିୈଜ୍ଞାନିକମାନେ କହିଛନ୍ତି ଗୋଟିଏ ସିଗାରେଟ ଟାଣିବା ଦ୍ୱାରା ଜୀବନର ୨୦ ମିନିଟ୍ ହ୍ରାସ ପାଉଛି। ଆହୁରି ଜାଣନ୍ତୁ ଅଧ୍ୟୟନରୁ କ’ଣ ଜଣାପଡ଼ିଛି…
ଅଧ୍ୟୟନରୁ ଜଣାପଡିଛି ଯେ ସିଗାରେଟ ଟାଣିବା ଦ୍ୱାରା ମଣିଷ ଜୀବନର ଆୟୁଷ ଉପରେ ଏହା ଖୁବ ପ୍ରଭାବ ପକାଇଥାଏ। ଯଦି ଜଣେ ବ୍ୟକ୍ତି ଗୋଟିଏ ସିଗାରେଟ ଟାଣୁଛନ୍ତି ତେବେ ତାଙ୍କୁ ସେଇଠୁ ୨୦ ମିନିଟ୍ ଜୀବନ ହ୍ରାସ ପାଇଲା ବୋଲି ଜାଣିନିଅନ୍ତୁ। ଆଉ ଯଦି ଜଣେ ବ୍ୟକ୍ତି ଦିନକୁ ୧୦ଟି ସିଗାରେଟ ଟାଣୁଛନ୍ତି ତେବେ ଗୋଟିଏ ଦିନରେ ୨୦୦ ମିନିଟ ଜୀବନ ହ୍ରାସ ପାଇଲା ବୋଲି ଜାଣନ୍ତୁ। ସେହି ଭଳି ଆପଣ ଯଦି ଦିନକୁ ଗୋଟିଏ ପ୍ୟାକେଟ ସିଗାରେଟ ଟାଣୁଛନ୍ତି ତେବେ ପ୍ରାୟ ୭ ଘଣ୍ଟା ଜୀବନର ଆୟୁଷ ହ୍ରାସ ପାଇବ। ଆଉ ଯେଉଁମାନେ ସାରା ଜୀବନ ସିଗାରେଟ୍ କିମ୍ବା ବିଡି ଟାଣୁଛନ୍ତି। ସେମାନେ ତାଙ୍କ ଜୀବନର ପ୍ରାୟ ୧୦ ବର୍ଷର ଆୟୁସ କମାଇ ଦେଉଛନ୍ତି।
ସୂଚନା ଅନୁସାରେ, ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏହି ଗବେଷଣାକୁ ଗ୍ରହଣ କରିଛି। ଏଥିରେ ଧୂମପାନ କେମିତି ଶରୀରରେ ସାମୂହିକ କ୍ଷିତ କରିଥାଏ, ସେବିଷୟରେ ଉଲ୍ଲେଖ କରାଯାଇଛି। ଏହାର ଅର୍ଥ ଜଣେ ବ୍ୟକ୍ତି ଯେତେ ଶୀଘ୍ର ଧୂମପାନ ଛାଡ଼ିବେ, ସେ ସେତିକି ଅଧିକ ବର୍ଷ ବଞ୍ଚିପାରିବେ। ସେହିପରି ସେ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମଧ୍ୟ ଦୂରେଇ ରହିବେ। ସିଗାରେଟ ନିଶାରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କ ନିଜ ମନ ଉପରେ ନିୟନ୍ତ୍ରଣ ଆଣିବାକୁ ପଡ଼ିବ। ନହେଲେ ଆପଣ ତମାମ ଜୀବନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରିବେ।
Comments are closed.