ଭୁବନେଶ୍ୱର: ସାରା ଦେଶରେ ମହାମାରୀ କରୋନା ଭାଇରସ କାୟା ବିସ୍ତାର କରିଛି । ତତ୍ ସଙ୍ଗେସଙ୍ଗେ ବର୍ଷା ଋତୁ ଯୋଗୁଁ ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ । ଏଭଳି ସମୟରେ ସମସ୍ତେ ଚାହିଁଥାନ୍ତି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ଲାଗି ।
ବର୍ତ୍ତମାନ ସମୟରେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଜନସାଧାରଣଙ୍କୁ ଘରେ ରହିବା, ସାମାଜିକ ଦୂରତା ବଜାୟ ଏବଂ ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି ।
ତେବେ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଲାଗି କ’ଣ କରିବେ ଜାଣନ୍ତୁ…
ଆଣ୍ଟି ଅକ୍ସିଡେଣ୍ଟ ଯୁକ୍ତ ଖାଦ୍ୟ- ପିଆଜ, ଅଦା, ରସୁଣ ଓ ଗାଜରରେ ଆଣ୍ଟି ଅକ୍ସିଡେଣ୍ଟଭରପୁର ମାତ୍ରାରେ ରହିଥାଏ । ଏସବୁକୁ ସେବାନ କଲେ ଆପଣଙ୍କ ଇମ୍ୟୁନିସିଷ୍ଟମ ବୃଦ୍ଧି ହେବ, ଯାହା କରୋନାଭାଇରସ ବିରୋଧରେ ଲଢିବା ପାଇଁ ଶରୀରକୁ ଶକ୍ତି ମିଳିପାରିବ ।
ଲେମ୍ବୁ ଓ ଅଦା ଜୁସ୍- ଲେମ୍ବୁରେ ଭିଟାମିନ୍ ସି ଏବଂ ଅଦାରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ । ଆପଣ ଚାହିଁଲେ ଚା’ରେ ଲେମ୍ବୁ ଓ ଅଦା ରସ ମିଶାଇ ପିଇ ପାରିବେ । ଏହା ଆପଣଙ୍କ ଶରୀରର ଇମ୍ୟୁନିଟି ପାୱାରକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
ଭିଟାମିନ୍ ସି ଯୁକ୍ତ ଫଳ ଓ ପନିପରିବା- ଅମୃତଭଣ୍ଡା, କମଳା, ଅଁଳା ଭଳି ଫଳର ସେବନ କରନ୍ତୁ । ଏଥିସହିତ ସବୁଜ ପନିପରିବା ସହ ନିମ, ତୁଳସୀ ପତ୍ର ମଧ୍ୟ ଖାଇପାରିବେ । ଯାହା ଆପଣଙ୍କର ଇମ୍ୟୁନିସିଷ୍ଟମ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
Comments are closed.