Latest Odisha News

BREAKING NEWS

ସରସ୍ୱତୀ ପୂଜାରେ ଦୁର୍ଲ୍ଲଭ ଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌

ଭୁବନେଶ୍ବର: ଆଜି ହେଉଛି ବସନ୍ତ ପଞ୍ଚମୀ । ମା’ ସରସ୍ୱତୀଙ୍କର ଉପାସନା ଦିନ । ମାଘ ମାସର ଶୁକ୍ଳପକ୍ଷର ପଞ୍ଚମୀ ତିଥିରେ ମା’ ସରସ୍ୱତୀଙ୍କର ପୂଜା କରାଯାଏ । ମା’ଙ୍କ ଉପାସନା କରିବା ଦ୍ୱାରା ଉତ୍ତମ ବିଦ୍ୟା, ବୁଦ୍ଧି ଓ ଆଶୀର୍ବାଦ ମିଳିଥାଏ । ତେବେ ଚଳିତବର୍ଷ ବସନ୍ତ ପଞ୍ଚମୀରେ ୧୪୪ ବର୍ଷ ପରେ ବିଶେଷ ସଂଯୋଗ ପଡୁଛି ।

ଏହି ଦିନ ସର୍ବାର୍ଥ ସିଦ୍ଧିଯୋଗ, ଶିବ ଯୋଗ, ସିଦ୍ଧ ଯୋଗ, ଉତ୍ତରାଭାଦ୍ରପଦ ଓ ରେବତୀ ନକ୍ଷତ୍ରର ସଂଯୋଗ ମଧ୍ୟ ହେବାକୁ ଯାଉଛି । ଏହାର ପ୍ରଭାବ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଅଧିକ ପଡୁଛି ।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ପ୍ରାପ୍ତି ହେବ । ପ୍ରେମ ସମ୍ପର୍କ ମଜବୁତ ହେବା ସହ ବ୍ୟବସାୟରେ ଖୁବ୍‌ ଲାଭ ମିଳିବ ।

କର୍କଟ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଉନ୍ନତି ହେବ ଓ କର୍ମକ୍ଷେତ୍ରରେ ଉନ୍ନତି ହେବ । ଧନ ବୃଦ୍ଧି ହେବା ସହ ମନସ୍କାମନା ପୂରଣ ହେବ ।

କନ୍ୟା – ମା’ଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ବ୍ୟବସାୟରେ ଲାଭ ମିଳିବା ସହ ଏହି ରାଶି ବ୍ୟକ୍ତି ବିଶେଷଙ୍କ ଶୁଭ ଦିନ ଆରମ୍ଭ ହେବ ।

Comments are closed.