Latest Odisha News

BREAKING NEWS

ଅଭିନବ କାର୍ଯ୍ୟକ୍ରମ ‘ଥିଲେ ଦିଅ, ନ’ଥିଲେ ନିଅ’; ଉପକୃତ ହେଲେ ଗରିବ ଜନସାଧାରଣ

ଟିକିରି: ରାୟଗଡା ଜିଲ୍ଲା ଟିକିରି ଗ୍ରାମ ପ୍ରାଥମିକ ବିଦ୍ୟାଲୟ ସମୁଖରେ ଶୁକ୍ରବାର ଦିନ ଟିକିରି ବିକାଶ ପରିଷଦ ପକ୍ଷରୁ ଥିଲେ ଦିଅ, ନଥିଲେ ନିଅ କାର‌୍ୟ୍ୟକ୍ରମ ର ଶୁଭାରମ୍ଭ ହୋଇଛି । ଏଥିରେ ଟିକିରି ଥାନାଧିକାରୀ ସୁଜ୍ଞାନୀ ସାହୁ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ ।

ଟିକିରି ଅଂଚଳର ବ୍ୟକ୍ତିବିଶେଷ ସେମାନେ ବ୍ୟବହାର ହୋଇନଥିବା ଶାଢ଼ୀ, ଶାର୍ଟ, ଟି ଶାର୍ଟ, ଡ୍ରେସ ଆଦି ଦାନ କରିଥିଲେ । ସାହିତ୍ୟକ ନିରଞ୍ଜନ ନାୟକ ଟିକିରି ଓ ଆଖପାଖ ଅଂଚଳର ଗରିବଙ୍କୁ ଏହା ପ୍ରଦାନ କରାଯିବ ବୋଲି କହିଥିଲେ ।

ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଆଦର୍ଶ ମାନି ଗୋଟିଏ ପରେ ଗୋଟିଏ କାମ ଟିକିରି ବିକାଶ ପରିଷଦ ଦ୍ୱାରା କରାଯାଉଥିବା ଶ୍ରୀଧର ପାଣିଗ୍ରାହୀ, ରବୀନ୍ଦ୍ର ତ୍ରିପାଠୀ, ଶ୍ରୀଧର ସ୍ୱାଇଁ, ମୁକୁନ୍ଦ ବିଶୋଇ, ଦୀପକ ନାୟକ, ପଞ୍ଚାନନ ସାହୁ, ରାକେଶ ରଥ ଉପସ୍ଥିତ ଥିଲେ ।

Leave A Reply

Your email address will not be published.