Latest Odisha News

BREAKING NEWS

ସିଡିଏମଓଙ୍କ ନିଲମ୍ବନକୁ ବିଜେପିର ବିରୋଧ, ୬ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା

ସୁନ୍ଦରଗଡ: ‘ମୋ ସରକାର’ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅବହେଳା କରିଥିବା ଦର୍ଶାଇ ଓଡିଶା ସରକାର ଗତ ରବିବାର ଦିନ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ (ସିଡିଏମଓ) ପଙ୍କଜ ପଟେଲଙ୍କୁ ନିଲମ୍ବିତ କରିଥିଲେ । ଯାହାକୁ ବିରୋଧ କରି ବିଜେପି ପକ୍ଷରୁ ଆଜି ୬ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ବିରୋଧ କରି ବିଜେପି ପକ୍ଷରୁ ଏହି ଡାକରା ଦିଆଯାଇଥିବା ବେଳେ ବନ୍ଦ ପାଳନ ସକାଳ ୬ଟରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ଯାଏଁ ଜାରି ରହିବ ।

ଅଧିକ ପଢନ୍ତୁ: ସୁନ୍ଦରଗଡରେ ‘୫ଟି’ ସଚିବ ପାଣ୍ଡିଆନ୍; କାର୍ଯ୍ୟରେ ଅବହେଳା ନେଇ ସିଡିଏମଓ ନିଲମ୍ବିତ ଓ ଜିଲ୍ଲାପାଳଙ୍କୁ ନୋଟିସ୍

ଏଥିସହିତ ବିକ୍ଷୋଭକାରୀମାନେ ସ୍ଥାନୀୟ ଅଞ୍ଚଳରେ ପିକେଟିଂ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ, ୫ଟି ସଚିବଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ମଧ୍ୟ କୁଶ ପୁତ୍ତଳିକା ଦାହ କରିଛନ୍ତି ।

ଅନ୍ୟପକ୍ଷରେ ଏହି ବନ୍ଦ ପାଳନରୁ ବିଭିନ୍ନ ସ୍କୁଲ, ଡାକ୍ତରଖାନା ଓ ବ୍ୟାଙ୍କ ଗୁଡିକୁ ବାଦ ଦିଆଯାଇଥିବା ନେଇ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.