Latest Odisha News

BREAKING NEWS

ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଶିଖର ଛୁଇଁପାରେ ତୃତୀୟ ତରଙ୍ଗ

ନୂଆଦିଲ୍ଲୀ: ଅକ୍ଟୋବର-ନଭେମ୍ବର ମଧ୍ୟରେ ଶିଖର ଛୁଇଁପାରେ ତୃତୀୟ ତରଙ୍ଗ। କରୋନାଭାଇରସ୍ ସଂକ୍ରମଣର ସମ୍ଭାବ୍ୟ ତୃତୀୟ ତରଙ୍ଗ ଏହି ସମୟରେ ଶିଖରକୁ ଛୁଇଁପାରେ ବୋଲି ସରକାରୀ ପ୍ୟାନେଲର ବୈଜ୍ଞାନିକମାନେ କହିଛନ୍ତି।

ତେବେ ତୃତୀୟ ତରଙ୍ଗ ସମୟରେ କୋଭିଡ୍ ସଂକ୍ରମଣ ଶୀଘ୍ର ବିସ୍ତାର ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ।

ଗାଣିତିକ ମଡେଲ ବ୍ୟବହାର କରି କରୋନାଭାଇରସ୍ ରୋଗର ବୃଦ୍ଧି ହେବାର ପୂର୍ବାନୁମାନ କରିବାକୁ ଗତ ବର୍ଷ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ଏହି ପ୍ୟାନେଲ୍ ଗଠନ କରାଯାଇଥିଲା।

Comments are closed.