Latest Odisha News

BREAKING NEWS

ଗୁଳିକାଣ୍ଡ ପଛରେ ଗାନ୍ଧୀ ହତ୍ୟାକାରୀଙ୍କ ହାତ ଅଛି: ଅସଦୁଦ୍ଦିନ ଓୱେସିଙ୍କ

ନୂଆଦିଲ୍ଲୀ: ଏଆଇଏମଆଇଏମ୍ ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ଉପରେ ଆକ୍ରମଣ ଘଟଣା । ଗୁଳିକାଣ୍ଡ ଘଟଣାରେ ସିଧା ସଳଖ ଗାନ୍ଧୀ ହତ୍ୟାକାରୀଙ୍କ ହାତ ଥିବା କହିଛନ୍ତି ଓୱେସି ।

ଆଜି ବଗପତ ଛପରୌଲି ଏକ ଜନସଭାରେ ଉଦ୍ବୋଧନ ଦେବା ବେଳେ ଓୱେସି କହିଛନ୍ତି ଯେଉଁମାନେ ଗାନ୍ଧୀଜୀଙ୍କୁ ହତ୍ୟା କରିଥିଲେ ସେହିମାନେ ମୋ ଉପରକୁ ଗୁଳି ଚଳାଇଛନ୍ତି । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି କି ଜଦି ମୁଁ ମରିଯାଏ ତେବେ ଦୋକୁ ରକ୍ଷା କରିବା ପାଇଁ ହଜାରେ ଓୱେସି ଜନ୍ମ ନେବେ ।

ଅନ୍ୟପଟେ ସେ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଆଉ କହିଛନ୍ତି ଯେତେବେଳେ କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ଧନ ଜୀବନ ସୁରକ୍ଷା କରିପାରୁ ନାହାନ୍ତି ସେତେବେଳେ ସେ ମୋତେ କାହିଁକି ଜେଡ କାଟାଗୋରୀ ସୁରକ୍ଷା ଦେଇଛନ୍ତି?

ସୂଚନା ଥାଉକି, ଗୁରୁବାର ଉତ୍ତର ପ୍ରଦେଶର ଏକ ନିର୍ବାଚ ପ୍ରଚାର ସାରି ଏଆଇଏମଆଇଏମ୍ ସାଂସଦ ଅସ୫ଦୁଦ୍ଦିନ ଓୱେସି ଦିଲ୍ଲୀ ଫେରୁଥିବା ବେଳେ ତାଙ୍କ କାର ଉପରକୁ ହଠାତ ଗୁଳି ମାଡ଼ ହୋଇଥିଲା । ଏହି ଅଭିଯୋଗ ପରେ ପୋଲିସ ୨ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ମଧ୍ୟ ଏହା ସ୍ୱୀକାର କରିଛନ୍ତି ।

 

Comments are closed, but trackbacks and pingbacks are open.