Latest Odisha News

BREAKING NEWS

ହାର୍ଦ୍ଦିକଙ୍କ ଉପରେ ରାଗିଲେ କୋହଲିଙ୍କ କୋଚ

ମୁମ୍ବାଇ: ଟିମ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ବିଶ୍ୱକପ ନେଇ ଏ ଭଳି ଏକ ବୟାନ ଦେଇଛନ୍ତି ଯେ, ଯାହାକୁ ଶୁଣି ବିରାଟ କୋହଲିଙ୍କ ପିଲା ବେଳ କୋଚ ରାଜକୁମାର ଶର୍ମା ରାଗି ଯାଇଛନ୍ତି । ପାଣ୍ଡ୍ୟା କହିଥିଲେ ଟି୨୦ ବିଶ୍ୱକପରେ ମୋତେ ବ୍ୟାଟ୍ସମ୍ୟାନ କିମ୍ବା ଅଲରାଉଣ୍ଡର କୌଣସି ନିର୍ଦ୍ଦିଷ୍ଟ ଭୂମିକା ଦିଆ ଯାଇ ନ ଥିଲା । ମୋ ଉପରେ ଜୋର ଜବରଦସ୍ତ ଦାୟିତ୍ୱ ଲଦି ଦିଆଯାଉଥିଲା ବୋଲି କହିଛନ୍ତି ।

ରାଜକୁମାର ଏହା ଶୁଣି କହିଥିଲେ, ଫିଟନେସ ସମସ୍ୟା ସତ୍ୱେ ତାଙ୍କୁ ବିଶ୍ୱକପ ଟିମରେ ଚୟନ କରାଯାଇ ବହୁତ ବଡ ଦୟା କରାଯାଇଥିଲା । ଭାବି ଚିନ୍ତି ହାର୍ଦ୍ଦିକ ବୟାନ ଦେବା କଥା ବୋଲି ସେ କହିଛନ୍ତି । ଟି୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପଛରେ ହାର୍ଦ୍ଦିକ ଏକ କାରଣ ଥିଲେ । ଏବେ ତାଙ୍କୁ ଆଗାମୀ ଆଇପିଏଲ ପାଇଁ ଅହମ୍ମଦାବାଦର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି ।

Comments are closed, but trackbacks and pingbacks are open.