Latest Odisha News

BREAKING NEWS

ରାଜଧାନୀରେ ଧରାପଡିଲେ ୩ ଅପରାଧୀ

ଭୁବନେଶ୍ୱର : ରାଜଧାନୀର ଶିଶୁ ଭବନ ଛକରେ ସୋମବାର ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ ଟିମ୍ ୩ ଜଣ ଅପରାଧିଙ୍କୁ କାବୁ କରିଛି ।

ଶିଶୁ ଭବନ ଛକରେ କିଛି ଅସାମାଜିକ ବ୍ୟକ୍ତି ଏକ ବାଇକରେ ଯାଉଥିବାନେଇ ପୋଲିସକୁ କୌଣସି ସୁତ୍ରରୁ ସୂଚନା ମିଳିଥିଲା । ପରେ କ୍ୱିକ୍ ଆକ୍ସନ ଟିମ୍ (କ୍ୱାଟ୍) ଓ କ୍ୟାପିଟାଲ ପୋଲିସ ଉକ୍ତ ଅଞ୍ଚଳରେ ଚଢାଉ କରି ୩ ଜଣକୁ କାବୁ କରିଥିଲା ।

ସେମାନଙ୍କ ଠାରୁ ପୋଲିସ ଏକ ଦେଶୀ ବନ୍ଧୁକ, ୩ଟି ଗୁଳି ଓ ୨ଟି ବାଇକ୍ ସମେତ ୨ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ଗିରଫ ଅଭିଯୁକ୍ତମାନେ ହେଲେ ସରୋଜ ବେହେରା ଓରଫ୍ ହାପି (୧୯), ରମନ ମଲ୍ଲିଆ (୧୯) ଏବଂ ବାବୁ ବେହେରା ଓରଫ୍ ରାଜା (୨୦) । ପଚରାଉଚରା ପରେ ମଙ୍ଗଳବାର ଦିନ ସେମାନଙ୍କୁ କୋର୍ଟ ପଠାଯିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.