Latest Odisha News

BREAKING NEWS

କମନୱେଲଥ୍ ଚାମ୍ପିୟନସିପ୍: ସ୍ୱର୍ଣ୍ଣ ଜିଣିଲେ ଓଡିଶାର ଭାରୋତ୍ତୋଳନକାରୀ

ଭୁବନେଶ୍ୱର : ଓଡିଶାର ଉଦୀୟମାନ ଭାରୋତ୍ତୋଳନକାରୀ ଭକ୍ତରାମ ଦେସ୍ତି ରାଜ୍ୟଗୋଷ୍ଠୀ ସିନିୟର, ଜୁନିୟର ଏବଂ ଯୁବ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ରାଜ୍ୟଗୋଷ୍ଠୀ କ୍ରୀଡା ଦକ୍ଷିଣ ପାସିଫିକ୍ ଦ୍ୱୀପର ସାମୁଆ ରାଷ୍ଟ୍ରରେ ଅନୁଷ୍ଠିତ ହେଉଛି ।

ଏହି ୨୦ ବର୍ଷୀୟ ଭାରୋତ୍ତୋଳନକାରୀ ୪୯ କେଜି ବର୍ଗରେ ୧୮୫ କେଜିର ଭାର ଉଠାଇଥିଲେ।

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ଥିତ ଏକ ଗରିବ ପରିବାରରେ ତାଙ୍କର ଜନ୍ମ । ୨୦୧୬ରେ ଆନ୍ଧ୍ରପ୍ରଦେଶର ୱାରଙ୍ଗଲ୍ ଠାରେ ଅନୁଷ୍ଠିତ ୬୨ ତମ ସ୍କୁଲ ନ୍ୟାସନାଲ ଗେମରେ ଭକ୍ତରାମ ସ୍ୱର୍ଣ୍ଣ ଜିତିଥିଲେ ।

ପରେ ୨୦୧୮ରେ ନୂଆଦିଲ୍ଲୀ ଠାରେ ଆୟୋଜିତ ୧ମ ଖେଲୋ ଇଣ୍ଡିଆ ସ୍କୁଲ୍ ଗେମରେ ସ୍ୱର୍ଣ୍ଣ ହାତେଇଥିଲେ । ସେହିବର୍ଷ ନାଗପୁରରେ ଆୟୋଜିତ ୟୁଥ୍ ନ୍ୟାସନାଲ ଚାମ୍ପିୟନସିପରେ ମଧ୍ୟ ସ୍ୱର୍ଣ୍ଣ ଜିତି ଜାତୀୟ ରେକର୍ଡ କରିଥିଲେ ।

Leave A Reply

Your email address will not be published.