Latest Odisha News

BREAKING NEWS

କ୍ୱାରେଣ୍ଟାଇନରେ ରହିବେ ୩ ଚିତାବାଘ !

କର୍ଣ୍ଣାଟକ: କରୋନା ପାଇଁ ମଣିଷ କ୍ୱାରେଣ୍ଟାଇନରେ ରହିବା କଥା ଆପଣ ଶୁଣିଥିବେ । ହେଲେ ପଶୁପକ୍ଷୀ କ୍ୱାରେଣ୍ଟାଇନରେ ରହିବା କଥା ଅଜବ ଲାଗୁଥିବ ନିଶ୍ଚୟ । ଆଉ ତା ପୁଣି ଚିତାବାଘ । ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ବି ଭାରତରେ କିଛି ଏପରି ଘଟଣା ଲୋକଲୋଚନକୁ ଆସିଛି ।

ମଙ୍ଗଳବାର ମହୀଶୁର ଚିଡିଆଖାନାକୁ ଅଣାଯାଇଥିଲା ତିନୋଟି ଆଫ୍ରିକୀୟ ଚିତାବାଘ । ଶ୍ରୀ ଚାମାରାଜେନ୍ଦ୍ର ଜୁଲୋଜିକାଲ ଗାର୍ଡେନରେ ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ଚିତାବାଘଙ୍କୁ ବିଦେଶରୁ ଅଣାଯାଇ ରଖାଯାଇଛି । ଚିତାବାଘଙ୍କୁ ଦକ୍ଷିଣ ଆଫ୍ରିକାର ଏକ ଚିଡିଆଖାନାରୁ ଅଣାଯାଇଥିବା ଜଣାପଡିଛି । ସିଙ୍ଗାପୁର ଦେଇ ଭାରତକୁ ଆସିଥିବା ତିନୋଟି ଚିତାବାଘ ରବିବାର ମହୀଶୁର ଚିଡିଆଖାନାକୁ ସ୍ଥାନାନ୍ତରିତ ହେବା ପରେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ପୂର୍ବରୁ ଭାରତରେ ବି ଚିତାବାଘ ଥିଲାବେଳେ ଶିକାର ସେମାନଙ୍କ ଲୋପ ପାଇବାର କାରଣ ସାଜିଥିଲା ।

ସମଗ୍ର ବିଶ୍ୱରେ ସର୍ବମୋଟ୍ ୭୧୦୦ ଚିତାବାଘ ଥିବାବେଳେ ସେମାନଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି ଚିଡିଆଖାନା ଅଧିକାରୀ । କରୋନା ସମୟରେ ଯେପରି ସେମାନେ ସୁସ୍ଥ ରହିବେ, ସେ ନେଇ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ୧୮୯୨ରେ ସ୍ଥାପିତ ହୋଇଥିବା ମହୀଶୁର ଚିଡିଆଖାନାରେ ଅନେକ ବିରଳ ବନ୍ୟଜନ୍ତୁଙ୍କୁ ମଧ୍ୟ ରଖାଯାଇଛି ।

Leave A Reply

Your email address will not be published.