Latest Odisha News

BREAKING NEWS

ଫୋକସରେ ୨୦୨୪, ଘନ ଘନ ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଗୋଟି ଚାଳନା କରୁଛି । କେନ୍ଦ୍ରମନ୍ତ୍ରୀ ଘନ ଘନ ଓଡ଼ିଶା ଆସୁଛନ୍ତି । ୨୦୨୨ ବର୍ଷ ଶେଷରୁ ଆରମ୍ଭ ହୋଇଥିବା ଏହି ଧାରା ୨୦୨୩ ବର୍ଷର ପ୍ରଥମ ସପ୍ତାହରେ ଜୋର୍ ଧରିଛି ।

ଗୋଟିଏ ସପ୍ତାହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ଦୁଇ ଦୁଇଟି ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି । ସେପଟେ ଆସନ୍ତାକାଲି ଶୁକ୍ରବାର ଠାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ଯାହାକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ରହିଛି । ଡିସେମ୍ବର ୨୯ରେ ଭୁବନେଶ୍ୱର ଷ୍ଟେସନର ନବୀକରଣ ଲାଗି ଶିଳାନ୍ୟାସ କରିଥିଲେ ଅଶ୍ୱିନୀ ବୈଷ୍ଣବ । ସେହିଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ।

THREE DAY VISIT OF UNION HEALTH MINISTER DR. MANSUKH MANDAVIYA TO ODISHA

ଠିକ୍ ସେମିତି ଆଜି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ୫ଜି ସେବାର ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ରାଉରକେଲାରେ ନବନିର୍ମିତ ଷ୍ଟାଡିୟମ ଉଦଘାଟନ କରିଛନ୍ତି । ଯାହାକୁ ନେଇ ରାଜ୍ୟରେ ଉଦଘାଟନୀ ଫଳର ରାଜନୀତି ଜୋର୍ ଧରିଛି ।

ଆସନ୍ତାକାଲି ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟେ । ସେ କାଲି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିବେ । ଶନିବାର ୭ ତାରିଖରେ ତାଳଚେର ବିକ୍ରମପୁର ଫର୍ଟିଲାଇଜର ଯିବା ସହ ଏମ୍ସ ଭୁବନେଶ୍ୱରରେ ଏନଟିପିସି ବର୍ଣ୍ଣ ସେଣ୍ଟରକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସପ୍ତାହକ ମଧ୍ୟରେ ୩ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ରାଜନୀତିକୁ ଉଷ୍ଣ କରିଛି ।

Leave A Reply

Your email address will not be published.