Latest Odisha News

BREAKING NEWS

ୟୁକ୍ରେନ ସହ ସାମୟିକ ଯୁଦ୍ଧ ବିରତି ଘୋଷଣା କଲା ରୁଷିଆ

ମସ୍କୋ: ରୁଷିଆ ଆଜି ସାମୟିକ ଭାବେ ୟୁକ୍ରେନ ବିପକ୍ଷରେ ଯୁଦ୍ଧ ବିରତି ଘୋଷଣା କରିଛି । ଗତବର୍ଷ ଫେବୃୟାରୀ ୨୪ରୁ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ପ୍ରଥମ ଥର ପାଇଁ ଭ୍ଲାଡିମିର ପୁତିନ ଏ ଭଳି ଘୋଷଣା କରିଛନ୍ତି । ଅର୍ଥଡକ୍ସ ଖ୍ରୀଷ୍ଟମାସ ପର୍ବ ସମୟରେ ରକ୍ତପାତ ନ କରିବା ଲାଗି ପୁତିନଙ୍କୁ ରୁଷର ଧର୍ମଗୁରୁ ପାଟ୍ରିଆଚ କିରଲ୍ଲ ଅନୁରୋଧ କରିଥିଲେ । ଧର୍ମଗୁରୁଙ୍କ ସମ୍ମାନ ପାଇଁ ରାଷ୍ଟ୍ରପତି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ୬ ତାରିଖ ରାତି ୧୨ଟାରୁ ୩୬ ଘଂଟା ଯାଏ ସୀମାରେ ଗୁଳିଗୋଳା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ୬ ଓ ୭ ତାରିଖରେ ରୁଷ ଏବଂ ୟୁକ୍ରେନ ଲୋକ ଅର୍ଥଡକ୍ସ ଖ୍ରୀଷ୍ଟମାସ ପାଳନ କରିଥାନ୍ତି ।

ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବାର ପାଖାପାଖି ବର୍ଷେ ହୋଇ ଯାଇଥିଲେ ମଧ୍ୟ ସେ ଭଳି ଆଖି ଦୃଶିଆ ସଫଳତା ପାଇନି । ୟୁକ୍ରେନର ପ୍ରଭୂତ୍ୱ କ୍ଷତି ହେଉଥିଲେ ମଧ୍ୟ କ୍ରମାଗତ ଯୁଦ୍ଧ ଯୋଗୁ ରୁଷର ଅର୍ଥନୀତି ମଧ୍ୟ ପ୍ରଭାବିତ ହେଉଛି । ଏବେ ବି ୟୁକ୍ରେନର ସେନା ରୁଷ ବିପକ୍ଷରେ କଡା ଜବାବ ଦେଉଛନ୍ତି ।

Leave A Reply

Your email address will not be published.