Latest Odisha News

BREAKING NEWS

ଭୁବନେଶ୍ୱରରେ ପାନୀୟ ଜଳ ଲାଗି ଡ଼ହଳବିକଳ ହେଉଛନ୍ତି ସ୍ଥାନୀୟ ବାସିନ୍ଦା, ବିଦ୍ୟୁତ ସେବା ଠପ୍

ଭୁବନେଶ୍ୱର: ଭୟଙ୍କର ବାତ୍ୟାକୁ ତିନିଦିନ ହୋଇଗଲାଣି ଅଥଚ ଖୋଦ ରାଜଧାନୀ ଭୁବନେଶ୍ୱରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେପରି ଭାବେ ତତ୍ପରତା ପାଇବା କଥା ତାହା ହେଉନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି । ପ୍ରଳୟଙ୍କରୀ ବାତ୍ୟା ପ୍ରଭାବରେ ଧ୍ୱସ୍ତ ବିଧ୍ୱସ୍ତ ହୋଇପଡ଼ିଥିବା ରାଜଧାନୀରେ ହଜାର ହଜାର ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଶୋଇ ପଡ଼ିଥିବା ବେଳେ ଅନେକ ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇପାରିନାହିଁ । ସେଥିଲାଗି ବିଦ୍ୟୁତ୍ ସେବା ଏପର୍ଯ୍ୟନ୍ତ ଠିକ୍ ନହେବା ଯୋଗୁଁ ଜଳ ଯୋଗାଣ ସହରରେ ଏକପ୍ରକାର ଅଚଳ ହୋଇପଡ଼ିଛି । ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନମାନଙ୍କରେ ପାନୀୟ ଜଳ ଯୋଗାଇଦେବାକୁ ଚେଷ୍ଟା କରାଯାଉଥିଲେ ମଧ୍ୟ ଅଧିକାଂଶ ବସ୍ତି ଅଞ୍ଚଳରେ ଲୋକମାନେ ପାନୀୟ ଜଳ ଲାଗି ଡ଼ହଳ ବିକଳ ହେଉଥିବା ଲକ୍ଷ୍ୟ କରାଯାଇଛି ।

ଯେଉଁଠାରେ କାଁଭାଁ ନଳକୂପ ରହିଛି ସେଠାରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହେଉଛି । ସେହିପରି ମହାନଗର ନିଗମ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣି ଗାଡ଼ି ନିକଟରେ ଲମ୍ବ।। ଲାଇନ ହେଉଛି ।

ସହରର ମୁଖ୍ୟ ଅଞ୍ଚଳରେ ଗଛକଟା ସରିଯାଇଥିବା ବେଳେ ସହର ଉପକଣ୍ଠ ଗ୍ରାମଗୁଡ଼ିକରେ ବିକ୍ଷିପ୍ତ ଭାବେ ଭାଙ୍ଗିରୁଜି ଯାଇଥିବା ବଡ଼ ବଡ଼ ଗଛ ଗୁଡ଼ିକ ସେମିତି ପଡ଼ିରହିଛି ।

ରାଜଧାନୀରେ ଗତ ୪ ଦିନ ଧରି ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି । ନିକଟରେ ବିଜୁଳି ଆସିବ ସମ୍ଭାବନା କ୍ଷୀଣ । ଯେଉଁମାନଙ୍କ ଘରେ ବୋରିଂ ଦ୍ୱାରା ପାଣି ଉଠାଯାଉଛି ସେଠାରେ ବାହାରୁ ଜେନେରେଟର୍ ଭଡ଼ାରେ ଅଣାଯାଇ ପାଣି ଟାଙ୍କିକୁ ଉଠାଯାଉଛି । ମାତ୍ର ଜେନେରେଟର୍ ଭଡ଼ା ଟାଙ୍କି ବାବଦକୁ ହଜାରେ ଟଙ୍କା । କେଉଁଠି କେଉଁଠି ଘଣ୍ଟାକୁ ୩ ହଜାର ଟଙ୍କା ଦାବି କରୁଛନ୍ତି ଜେନେରେଟର୍ ମାଲିମ ।

ଏବେ ରାଜଧାନୀରେ କେବଳ ପାନୀୟ ଜଳ ଲାଗି ଜନସାଧାରଣ ଅହେତୁକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ପକ୍ଷରୁ ସମସ୍ତ କଲୋନୀ ତଥା ବସ୍ତି ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଇଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କଲେଣି ।

Leave A Reply

Your email address will not be published.