Latest Odisha News

BREAKING NEWS

ଟ୍ରେନରେ କଟି ୩ଟି ହରିଣ ମୃତ, ୪ରୁ ଅଧିକ ଆହତ 

ଜଗତସିଂହପୁର : ଟ୍ରେନ୍‌ ଧକ୍କାରେ ୩ ହରିଣ ମୃତ । ଜଗତସିଂହପୁର ରଘୁନାଥପୁର ଥାନା ଗୋପାଳପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବନବିଭାଗ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି ।

ହରିଣମାନେ ନିକଟସ୍ଥ ଧଳତଙ୍ଗଗଡ଼ ଜଙ୍ଗଲରୁ ବାହାରକୁ ଚରିବାକୁ ଆସିଥିଲେ । ଟ୍ରେନ୍‌ ଲାଇନ୍‌ ପାର୍‌ ହେବା ବେଳେ ଅଘଟଣ ଘଟିଥିବା ଜଣାପଡିଛି । ଟ୍ରେନ୍‌ ଧକ୍କାରେ ୩ଟି ହରିଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଟିରୁ ଅଧିକ ଆହତ ହୋଇଛନ୍ତି । ଦୁର୍ଘଟଣା ସଂପର୍କରେ ଖବର ପାଇ ବନବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାକୁ ନେଇ ବନବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ ହୋଇଛି ।

Leave A Reply

Your email address will not be published.