Latest Odisha News

BREAKING NEWS

ଚେନ୍ନାଇକୁ ହରାଇ ଗୁଜରାଟ ଶୀର୍ଷରେ

ମୁମ୍ବାଇ: ଚଳିତ ଆଇପିଏଲ ଚେନ୍ନାଇ ସୁପର କିଙ୍ଗସ ପାଇଁ ଦୁଃସ୍ୱପ୍ନ ସାଜିଛି । ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ଚେନ୍ନାଇକୁ ପରାସ୍ତ କରିଛି । ବିଜୟ ସହ ଗୁଜରାଟ ପ୍ରଥମ ୨ଟି ସ୍ଥାନ ମଧ୍ୟରେ ଗୋଟିକରେ ରହିବା ଏକପ୍ରକାର ନିଶ୍ଚିତ କରିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୫ ୱିକେଟ ହରାଇ ୧୩୩ ରନ କରିଥିଲା । ଋତୁରାଜ ଗାଏକ୍ୱାଡ ୫୩ ରନର ଇନିଂସ ଖେଳିଥିଲେ । ଗୁଜରାଟ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଗୁଜରାଟ ୧୯.୧ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ରିଦ୍ଧିମାନ ଶାହା ଦଳ ପକ୍ଷରୁ ସର୍ବାଧିକ ୬୭ ରନ କରିଥିଲେ । ସେ ମାତ୍ର ୫୭ ବଲରେ ୮ ଚୌକା ଓ ୧ ଛକା ସହାୟତାରେ ଏହି ରନ କରିଥିଲେ । ଗୁଜରାଟ ୧୨ ମ୍ୟାଚରେ ୯ ବିଜୟ ସହ ୧୮ ପଂଏଟ ହାସଲ କରି ପଂଏଟ ଟେବୁଲ ଶୀର୍ଷରେ ରହିଛି । ଅପରପକ୍ଷରେ ପ୍ଲେଅଫ ଦୌଡରୁ ବାଦ ପଡିଥିବା ଚେନ୍ନାଇ ୧୨ ମ୍ୟାଚରୁ ୪ରେ ବିଜୟ ହାସଲ କରିଛି ।

Leave A Reply

Your email address will not be published.