Latest Odisha News

BREAKING NEWS

ଅଭାବନୀୟ ଘଟଣା: ବିଷ ପିଇଲେ ଗୋଟିଏ ପରିବାରର ୩ ସଦସ୍ୟ, ଶାଶୁ-ବୋହୂ ମୃତ

କଟକ:ପାରିବାରିକ କଳହରୁ ବିଷ ପିଇଲେ ଗୋଟିଏ ପରିବାରର ୩ ସଦସ୍ୟ । କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ବଡ଼ବାରସିଂ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏକା ସଙ୍ଗେ ଗୋଟିଏ ପରିବାରର ଶାଶୁ, ବୋହୂ ଓ ପୁଅ ବିଷ ପିଇଦେଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଶାଶୁ-ବୋହୂଙ୍କୁ ମୃତ ଘୋଷଣା କରିଥିଲେ ।

ମୃତକମାନେ ହେଲେ ବୋହୂ ସଙ୍ଗୀତା ସେନାପତି ଓ ଶାଶୁ ନିବାସୀ ସେନାପତି । ଗୁରୁତର ପୁଅ ଭାଗିରଥି ସେନାପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନାଥାଉକି, ଗତକାଲି ବିଳମ୍ବିତ ରାତିରେ ଶାଶୁ, ବୋହୂ ଓ ପୁଅ ମିଶି ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ବଡମ୍ବା ମେଡିକାଲକୁ ଅଣାଯାଇଥିଲା ।

ତେବେ ମୃତ ବୋହୁ ସଙ୍ଗୀତା ସେନାପତିଙ୍କ ଭାଇ ଶ୍ରୀଧର ସାହୁ ଓ ମୃତ ଶାଶୁ ନିବାସୀ ସେନାପତିଙ୍କ ଭାଇ ଟୁକୁଲା ସେନାପତି ଥାନାରେ ଏତଲା ଦେଇଛନ୍ତି। ବିଷକ୍ରିୟାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଏତଲାରେ ଉଲ୍ଲେଖ ହୋଇଛି। ବଡମ୍ବା ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି।

Comments are closed.