Latest Odisha News

BREAKING NEWS

କଟକ ମାର୍କେଟ କମ୍ପ୍ଲେକ୍ସରୁ ମୃତଦେହ ଉଦ୍ଧାର, ବେକ କାଟି ନିର୍ମମ ହତ୍ୟା

କଟକ: କଟକ ବକ୍ସି ବଜାର ଅଞ୍ଚଳରେ ଚାଞ୍ଚଲ୍ୟ । ସିଡିଏ ମାର୍କେଟ କମ୍ପ୍ଲେକ୍ସ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଜଣେ ଦୋକାନର କର୍ମଚାରୀ ଆଶୋକ ବାରିକ (୫୪) । ତାଙ୍କ ଘର ବାଦାମବାଡ଼ି ଶଙ୍କରପୁର ମଙ୍ଗଳା ଲେନ୍‌ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଦୁର୍ବୃତ୍ତମାନେ ବେକ କାଟି ହତ୍ୟା କରିଥିବା ଜଣାପଡିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଦୁର୍ବୃତ୍ତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ହୋଟେଲର ବାରଣ୍ଡାରେ ଆଶୋକ ବାରିକଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିବାର ଖବର ମିଳିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲ ପଠାଇଛି । ପୋଲିସ ସହ ସାଇଣ୍ଟିଫିକ ଟିମ୍‌ ମିଶି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଚଳାଇଛନ୍ତି ।

Comments are closed.