ମାହାଙ୍ଗା:କଇଁ ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡିଗଲେ ତିନି ଶିଶୁ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋପାଳପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୩ ଶିଶୁଙ୍କ ବୟସ ଯଥାକ୍ରମେ ୫ ବର୍ଷ , ୬ ବର୍ଷ, ୭ ବର୍ଷ ହେବ ବୋଲି କୁହାଯାଉଛି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ସୂଚନାଥାଉକି,ଗାଁ ପୋଖରୀରୁ କଇଁଫୁଲ ତୋଳିବାକୁ ଯାଇଥିବା ବେଳେ ତିନି ଜଣଯାକ ବୁଡିଯାଇଥିଲେ । ଶିଶୁମାନଙ୍କୁ ଖୋଜାଖୋଜି କରିବା ବେଳେ ଜଣଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ପରେ ଅନ୍ୟ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
