ଭୁବନେଶ୍ବର: ରାଜଧାନୀରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟକର ଖବର । ଆଜି ଗୋଟିଏ ଦିନରେ ୩ ଜଣ ନାବାଳିକା ଓ ନାବାଳକ ନିଖୋଜ ହୋଇଥିବା ଜଣାପଡିଛି । ନିଖୋଜ ନାବାଳିକା ହେଉଛନ୍ତି ସାଲିଆସାହି ତାରିଣୀ ନଗରର ସୁମିତ୍ରା ଦେହୁରୀ, ସାଲିଆ ସାହି ହାତିଆସୁଣୀର ଶୁଭଶ୍ରୀ ନାୟକ ।
୩ ଜଣ ନାବାଳକ ଓ ନାବାଳିକା ନିଖୋଜ ହୋଇଥିବା ନେଇ ପୋଲିସ ଫଟୋ ଓ ପୋଷ୍ଟର ଜାରି କରିବା ସହ ସୋସିଆଲ ମିଡିଆର ପୋଷ୍ଟ କରିଛି ଏବଂ ଏହାକୁ ଅଧିକରୁ ଅଧିକ ସେୟାର କରିବା ପାଇଁ କୁହାଯାଇଛି ।
ଏମାନଙ୍କୁ ନେଇ କିଛି ସୂଚନା ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି । ସେହିପରି, ଶେଷଥର ପାଇଁ ଧଉଳି ପାହାଡ଼ ଉପରେ ୧୨ ବର୍ଷୀୟ ପ୍ରଦ୍ୟୁମ୍ନ ପ୍ରଧାନଙ୍କୁ କିଛି ଲୋକ ଦେଖିଥିବା କୁହାଯାଉଛି ।