ହାଇଦ୍ରାବାଦ: ହାଇଦ୍ରାବାଦରେ ଅଘଟଣ । ଏକ ନିର୍ମାଣାଧୀନ କୋଠାର ସେଣ୍ଟ୍ରିଂ ଭୁଶୁଡ଼ି ୩ ଜଣ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ମୁଦୁଲିପଡା ପଞ୍ଚାୟତ ବଡପଦା ଗାଁର ସନ୍ତୁ ବଡ ନାୟକ , ସୋନିଆ ବଡନାୟକ ଓ ସୋନିଆ କଲମ ବୋଲି ଜଣାପଡିଛି । ଏଥିରେ ୩ ଶ୍ରମିକ ଗୁରୁତର ମଧ୍ୟ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ରାତିରେ ହାଇଦ୍ରାବାଦରେ ଏକ ୫ ମହଲା କୋଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ଶ୍ରମିକମାନେ କୋଠାରେ କାମ କରୁଥିଲେ। ହଠାତ୍ କୋଠାର ସେଣ୍ଟ୍ରିଂ ଭୁଶୁଡ଼ି ପଡ଼ିଥିଲା। ଏହି ସେଣ୍ଟ୍ରିଂ ତଳେ ୬ଜଣ ଓଡ଼ିଆ ଶ୍ରମିକ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ପରିବାର ଲୋକେ ହାଇଦ୍ରାବାଦ ଯାଇଛନ୍ତି। ମୃତଦେହ କିପରି ଓଡ଼ିଶାକୁ ଅଣାଯିବ ସେ ନେଇ ବ୍ୟବସ୍ଥା କରାଯାଉଛି । ତେବେ ନିମ୍ନ ମାନର କାମ ଯୋଗୁଁ ଏଭଳି ଘଟିଥିବା କୁହାଯାଉଛି ।
Comments are closed.