Latest Odisha News

BREAKING NEWS

୧୨ଘଣ୍ଟିଆ ହିନ୍ଦୋଳ ବନ୍ଦ : ଏନଏସି ଅଞ୍ଚଳରେ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ

ହିନ୍ଦୋଳ : ୧୨ ଘଣ୍ଟିଆ ହିନ୍ଦୋଳ ବନ୍ଦ  । ହିନ୍ଦୋଳ ଏନଏସିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି  । ସକାଳ ୭ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ବିଜେପି ବନ୍ଦ ଡାକରା ଦେଇଛି । ହିନ୍ଦୋଳ ଏନଏସିର ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଏହି ବନ୍ଦ ପାଳନ କରାଯାଉଛି। ଫଳରେ ଯାନବାହନ ଚଳାଚଳ ସହ ଜୀବନଯାତ୍ରା ଠପ୍ ହୋଇଯାଇଛି  । ହିନ୍ଦୋଳ ଡାକ୍ତରଖାନାରେ ଖାଲିଥିବା ସମସ୍ତ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ପଦବୀ ପୂରଣ, ହିନ୍ଦୋଳକୁ ସରକାରୀ ବସ୍ ବ୍ୟବସ୍ଥା , ଅଘୋଷିତ ବିଦ୍ୟୁତ କାଟକୁ ରୋକିବା , ୧୫ ଓ ୧୬ ନମ୍ବର ୱାର୍ଡ଼ରେ ରାସ୍ତା ନିର୍ମାଣ, ହିନ୍ଦୋଳ ଖେଳପଡିଆର ଉନ୍ନତି କରଣ, ଏନଏସିରେ ହେଉଥିବା ମୁକ୍ତା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ସ୍ୱଚ୍ଛତା ଅବଲମ୍ବନ, ବାସହୀନ ପରିବାରକୁ ତୁରନ୍ତ ଜମିପଟା ଓ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ଓ ଜଙ୍ଗଲୀ ହାତୀ ବ୍ୟାପକ ଧନ ଜୀବନ ନଷ୍ଟ କରୁଥିବାରୁ ଏହାକୁ ରୋକିବାକୁ ଉଚିତ୍ ପଦକ୍ଷେପ ଗ୍ରହଣ ଆଦି ଦାବି ନେଇ ବନ୍ଦ ପାଳନ କରାଯାଉଛି  ।

ସକାଳ ୭ ଟାରୁ ଏନଏସି ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଦଳୀୟ କର୍ମକର୍ତ୍ତାମାନେ ରାସ୍ତା ଅବରୋଧ କରି ପିକେଟିଂ କରୁଥିବା ଦେଖିବାକୁ ମିଳିଛି  । ନଗର ମଣ୍ତଳ ସଭାପତି ସନ୍ତୋଷ ବେହେରା, ବରିଷ୍ଠ ବିଜେପି ନେତା ଅଜୟ କୁମାର ଦାସ, ମନୋରଞ୍ଜନ ନାଏକ, ବିଶ୍ୱଭୂଷଣ ଦାସ ପ୍ରମୁଖ ବହୁ ନେତୃମଣ୍ତଳି ବିଭିନ୍ନ ସ୍ଥାନରେ ଅନ୍ଦୋଳନରେ ସାମିଲ ହୋଇଛନ୍ତି l ସକାଳୁ ଯାନବାହାନ ଚଳାଚଳ ବନ୍ଦ ରହିଛି । ଫଳରେ ଜୀବନ ଯାତ୍ରା ଏକ ପ୍ରକାର ପ୍ରଭାବିତ ହୋଇଛଇ  । ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଉଥିବା ବେଳେ  ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.