Latest Odisha News

ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ହାମିଲଟନ: ଭାରତରେ ଅକ୍ଟୋବରୁ ୫ରୁ ହେବାକୁ ଥିବା ଦିିନିକିଆ ବିଶ୍ୱକପ କ୍ରିକେଟ ପାଇଁ ସୋମବାର ନ୍ୟୁଜିଲାଣ୍ଡ ୧୫ ଜଣିଆ ଦଳ ଘୋଷଣା କରିଛି । କେନ ୱିଲିୟମସନ ଦଳର ନେତୃତ୍ୱ ନେବେ । ଗତ ସଂସ୍କରଣର ରନର୍ସଅପ ନ୍ୟୁଜିଲାଣ୍ଡ ଚାମ୍ପିୟନ ଇଂଲଣ୍ଡକୁ ଭେଟିବ । ସିନିୟର ବୋଲର ଟ୍ରେଂଟ ବୋଲ୍ଟଙ୍କୁ ସୁଯୋଗ ମିଳିଛି । ସୂଚନାଯୋଗ୍ୟ, ବିଶ୍ୱକପ ପାଇଁ ୨୮ସେପ୍ଟମ୍ବର ପର୍ଯ୍ୟନ୍ତ ଗୋଟିଏ ଟିମ ତାର ଖେଳାଳି ବଦଳ କରିପାରିବ । ଏହା ପରେ ଫାଇନାଲ ଲିଷ୍ଟ ଆଇସିସି ନିକଟକୁ ପଠାଇ ଦିଆଯିବ । ଏଥର ବିଶ୍ୱକପରେ ୪୮ଟି ମ୍ୟାଚ ଖେଳାଯିବ । ୧୫ ଓ ୧୬ ନଭେମ୍ବରରେ ସେମଫାଇନାଲ ଓ ୧୯ରେ ଫାଇନାଲ ମ୍ୟାଚ ଖେଳାଯିବ ।

ନ୍ୟୁଜିଲାଣ୍ଡ ଟିମ: କେନ ୱିଲିୟମସନ (ଅଧିନାୟକ), ଟ୍ରେଂଟ ବୋଲ୍ଟ, ମାର୍କ ଚ୍ୟାପମ୍ୟାନ, ଡେଭନ କନୱେ, ଲକି ଫର୍ଗ୍ୟୁଶନ, ମ୍ୟାଟ ହେନେରୀ, ଟମ ଲାଥାମ, ଡାରେଲ ମିଚେଲ, ଜୀମି ନୀଶମ, ଗ୍ଲେନ ଫିଲିପ୍ସ, ରଚିନ ରବୀନ୍ଦ୍ର, ମିଶେଲ ସାଟେଂନର, ଈଶ ସୋଧୀ, ଟିମ ସୌଦି ଓ ୱିଲ ୟଙ୍ଗ ।

Leave A Reply

Your email address will not be published.