Latest Odisha News

BREAKING NEWS

ବଜ୍ରପାତ ସହ ମାଡ଼ିଆସୁଛି ୫୦ କିଲୋମିଟର ବେଗର ଝଡ଼; ୧୬ ଜିଲ୍ଲା ପାଇଁ ଆଗାମୀ କିଛି ଘଣ୍ଟା ଆର୍ଲଟ

ଭୁବନେଶ୍ୱର: ଗୋଟିଏ ପଟେ ଅସହ୍ୟ ଗରମ ଏବଂ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳୁଥିବା ବେଳେ ଅନ୍ୟପଟେ କିନ୍ତୁ ଆଗାମୀ କିଛି ଘଣ୍ଟା ରାଜ୍ୟର ଅଧାରୁ ଅଧିକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି।

 

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଓଡ଼ିଶାର ପ୍ରାୟ ୧୬ଟି ଜିଲ୍ଲା ପାଇଁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରାଯାଇଛି। ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ସମସ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଏବଂ ବଜ୍ରପାତ ହେବାର ଆଶଙ୍କା ରହିଛି। ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଏବଂ କଟକ ଭଳି ଜନବହୁଳ ଜିଲ୍ଲାଗୁଡ଼ିକରେ ପ୍ରକୃତିର ତାଣ୍ଡବ ଅଧିକ ଦେଖିବାକୁ ମିଳିପାରେ।

 

ଏହାସହ ପାଣିପାଗ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ବଜ୍ରପାତ ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଗଛ କାଟିବା କିମ୍ବା ଖୋଲା ପଡ଼ିଆକୁ ଯିବା ଏହି ସମୟରେ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ।

Comments are closed.