Latest Odisha News

BREAKING NEWS

ବଜ୍ରପାତରେ ୪ ଗାଈଚରାଳି ଗୁରୁତର; ୨୧ ଗୋରୁଗାଈ, ୩ ଛେଳି ମୃତ

ଜୟପୁର: ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଗତକାଲି ଅପରାହ୍ନରେ ବର୍ଷା , ଘଡଘଡି ସହ ପ୍ରବଳ ବିଜୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।   ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବା ବେଳ ଅନେକ ଗାଈ ଏବଂ ଛେଳି ମୃତ୍ୟୁବରଣ କରିଛନ୍ତି ।  ବିଜୁଳି, ଘଡଘଡି ଅଞ୍ଚଳରେ ଏକପ୍ରକାର ଆତଙ୍କ ଖେଳାଇ ଦେଇଛି ।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାବାଲି ପଞ୍ଚାୟତର ରାଙ୍ଗିନିଗୁଡା ଗ୍ରାମରେ ଗତକାଲି ଅପରାହ୍ନରେ ବର୍ଷା ହୋଇଥିଲା ।  ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଖରା ସିମାଦ୍ରି ନାମକ ଜଣେ ବୃଦ୍ଧାଙ୍କ ସମେତ ଗ୍ରାମର  କିଛି ବ୍ୟକ୍ତି ଗାଈ ଚରାଇବାକୁ ଯାଇଥିଲେ । ଗାଁର  ୮ଟି ପରିବାରର ଗାଈ ଏବଂ ଛେଳିଙ୍କୁ ନେଇ ନିକଟସ୍ଥ  ଜଙ୍ଗଲକୁ ଚରାଇବା ପାଇଁ ଯାଇଥିଲେ ।  ଅପରାହ୍ନ ୩ଟା ୩୦ମିନିଟରେ ହଠାତ  ବିଜୁଳି ସହ ଘଡଘଡି ଓ ବର୍ଷା ମାରିଥିଲା ।

ଏହି ସମୟରେ ଗାଈ ଚରାଉଥିବା ସୀମାଦ୍ରୀଙ୍କ ସହ ପାଣ୍ଡାନା ହନ୍ତାଳ, ମହିମା ଖରା ଓ ପାଟାନା ହନ୍ତାଳ ପ୍ରମୁଖ କୈଣସି ଉପାୟ ନପାଇ ଗୋଟିଏ ଗଛ ତଳେ ଆଶ୍ରୟ ନେଇଥିଲେ ।  ସମସ୍ତ ଗାଈ ଓ ଛେଳି ଗୋଟିଏ ଗଛ ବୁଦା ଭିତରେ ଆଶ୍ରୟ ନେଇଥିବା ବେଳେ ବିଜୁଳି ମାରିଥିଲା । ଯାହାଫଳରେ ୪ ଜଣ ଆହତ ହୋଇଥିଲେ  । ଏଥିସହିତ ୨୧ ଟି ଗୋରୁଗାଈ ୩ ଟି ଛେଳିଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାଯାଇଛି ।

ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ସୁଙ୍କି ଓ ପରେ ପଟ୍ଟାଙ୍ଗି ଡାକ୍ତରଖାନାକୁ ଆଣି ଚିକିତ୍ସା କରୁଥିବା ଜଣାପଡିଛି। ଏ ସମ୍ପର୍କରେ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କୁ ଯୋଗାଯୋଗ କରାଯିବାରେ ସେ ଘଟଣା ସମ୍ପର୍କରେ ଅବଗତ ଥିବା ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଘଟଣା ସ୍ଥଳକୁ ରାଜସ୍ୱ ନିରୀକ୍ଷକ ଙ୍କୁ ପଠା ଯାଇଛି , ରିପୋର୍ଟ ଆସିବା ପରେ ସରକାରଙ୍କ ନିୟମ ଅନୁଯାଇ କ୍ଷତିଗ୍ରସ୍ତ ପରିବାର ଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ଧାରୁଆ ପ୍ରକାଶ କରିଥିଲେ ।

Leave A Reply

Your email address will not be published.