Latest Odisha News

BREAKING NEWS

ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା, ୧୭ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ରବିବାର ଦିନ ୧୭ଟି ଜିଲ୍ଲାରେ ଝଡ଼ ତୋଫାନ ଓ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଦେଇଛନ୍ତି ।

ପାଣିପାଗ କେନ୍ଦ୍ରରୁ ମଧ୍ୟାହ୍ନରେ ଆସିଥିବା ସୂଚାନୁଯାୟୀ, ରାଜ୍ୟର ୧୭ଟି ଜିଲ୍ଲାରେ ରବିବାର ଦିନ ୪:୩୦ ମଧ୍ୟରେ ଝଡ଼ ତୋଫାନ ସହିତ ବଜ୍ରପାତ ମଧ୍ୟ ହେବାର ସମ୍ଭାବନା ରହିଛି । ସେହି ୧୭ଟି ଜିଲ୍ଲା ଗୁଡ଼ିକ ହେଲା – ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲା ।

ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ସେପ୍ଟେମ୍ବର ୧୯ ତାରିଖରୁ ତିନିଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳର ବଙ୍ଗୋପସାଗରର ମଧ୍ୟ ପଶ୍ଚିମ ଓ ଉତ୍ତର ଦକ୍ଷିଣ ଭାଗରେ ଲଘୁଚାପ ଘନିଭୁତ ହେବାର ନିଶ୍ଚିତ ସମ୍ଭାବନା ରହିଛି । ଲଘୁଚାପ ୧୮ ତାରିଖରୁ ଘନିଭୂତ ହୋଇ ୨୦ ତାରିଖ ବେଳକୁ କ୍ରମେ ଅବପାତର ରୂପ ନେବ ।

ଏହା ଫଳରେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯେଉଁସବୁ ଜିଲ୍ଲା ଗୁଡ଼ିକରେ ଝଡ଼ ତୋଫାନ ସହିତ ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଦିଆଯାଇଛି ସେହି ଜିଲ୍ଲା ଗୁଡ଼ିକ ହେଲା – କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି ଓ ରାୟଗଡ଼ା ।

ସେହିପରି ୨୦ ତାରିଖରୁ ତିନିଦିନ ଧରି ମଧ୍ୟମ ଧରଣର ବର୍ଷା ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଶେଷଜ୍ଞ ଶ୍ରୀ ସାହୁ ମଧ୍ୟ କହିଛନ୍ତି, ଅବପାତ ୨୨ ତାରିଖ ଆଡ଼କୁ ଧିରେ ଧିରେ ଦୁର୍ବଳ ହୋଇ କ୍ରମେ ପଶ୍ଚିମ ଛତିଶଗଡ଼ ଆଡ଼କୁ ମୁହାଁଇବ । ସେହିସମୟରେ ଓଡ଼ିଶାରେ ବର୍ଷାର ପ୍ରକୋପ ହ୍ରାସ ପାଇବାକୁ ଲାଗିବ ।

Leave A Reply

Your email address will not be published.