Latest Odisha News

BREAKING NEWS

ତେଲଦର ନିୟନ୍ତ୍ରଣ ଲାଗି ଭାଟ୍ କମ କରିବାକୁ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ପରାମର୍ଶ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ତୈଳଦର ହ୍ରାସ ଲାଗି ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି ।

“ରାଜ୍ୟ ସରକାର ପୂର୍ବରୁ ତୈଳରୁ ୩୦୦୦ କୋଟି ଟଙ୍କା ବାର୍ଷିକ ରାଜସ୍ୱ ଟିକସ ଆଦାୟ କରୁଥିବା ବେଳେ ଏବେ ୭୦୦୦ କୋଟି ଟଙ୍କା ଆଦାୟ କରୁଛନ୍ତି । ଆନ୍ତର୍ଜାତିକ ତୈଳ ବଜାରରେ ତେଳଦର ବୃଦ୍ଧି ଘଟିଛି । ଟିକସ କମ୍ କରି ତୈଳଦର ହ୍ରାସ କରିବା ଏହା ରାଜ୍ୟ ସରକାରଙ୍କ ଦାୟିତ୍ୱ,”ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେହିପରି ତାଳଚେରରେ ପ୍ରସ୍ତାବିତ ଟିଟିପିଏସ-୩ କୁ ଓଡ଼ିଶା ସରକାର ସହଯୋଗ କରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରସ୍ତାବିତ ପ୍ରକଳ୍ପରେ ରାଜ୍ୟ ସରକାର ସହଯୋଗ କଲେ ଯୋଜନାରେ ଖର୍ଚ୍ଚକାଟ ହୋଇ ରାଜ୍ୟ ହିଁ ଲାଭବାନ ହେବ । ରାଜ୍ୟ ଖୁବ୍ ଶସ୍ତାରେ ମଧ୍ୟ ଶକ୍ତି ପାଇପାରିବ ।

ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ନବୀନ ଦଳରୁ ବହିଷ୍କାର କରିବା ନେଇ ଏକ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି ଦୁର୍ନୀତି ରୋକିବାକୁ ନବୀନ କେବେବି ଗୁରୁତ୍ୱ ଦେଇନାହାନ୍ତି । ଦୁର୍ନିତିଗ୍ରସ୍ତ ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରିବାରେ ସେ ହିଁ ନାୟକ । ନବୀନ ଯେଉଁମାନଙ୍କୁ ବହିଷ୍କାର କରିଥିଲେ ସେମାନେ ଆଜି ତାଙ୍କର ପ୍ରମୁଖ ସହଯୋଗୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ବିବୃତ୍ତି ର ଉତ୍ତର ଦେବାକୁ ଯାଇ ବରିଷ୍ଠ ବିଜେଡ଼ି ନେତା ତଥା ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଦାମୋଦର ରାଉତଙ୍କ ପରି ନେତାଙ୍କୁ ରାଜ୍ୟର ଜନସାଧାରଣ ଭଲଭାବେ ଜାଣନ୍ତି । ସେ ଲୋକଙ୍କ ମନରେ ଭ୍ରାନ୍ତଧାରଣା ସୃଷ୍ଟି କରିବାକୁ ଚାହୁଁଛନ୍ତି । ରାଜ୍ୟର ଜନସାଧାରଣ ତାଙ୍କର କାର୍ଯ୍ୟକଳାପକୁ ଦେଖିଛନ୍ତି ।

Leave A Reply

Your email address will not be published.